ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧୀନ ଅଞ୍ଜିରା ପ୍ରକଳ୍ପ ପ୍ରାଥମିକ ସ୍କୁଲ ଓ ପୂରଣଶାସନ ପ୍ରାଥମିକ ସ୍କୁଲ ବନ୍ଦ କରାଯିବା ପ୍ରତିବାଦରେ ଆଜି ଶତାଧିକ ଅଭିଭାବକ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ କାର୍ଯ୍ୟାଳୟ (ବିଇଓ) ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Advertisment

ଉଳ୍ଲେଖଯୋଗ୍ୟ ଏ ଦୁଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୨୦ରୁ କମ ଥିବାରୁ ବନ୍ଦ କରାଯାଇଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ଆଜି ବାଳକାଟି ପୁରୁଣା ଫାଣ୍ଡି ଛକ ନିକଟରେ ଏକାଠି ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ର‌ାରେ ବାହାରି ନୂଆପାଟଣାସ୍ଥିତ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅଭିଭାବକ ସମୂହ ସହ ଉାତ୍ରଛା‌ତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍କୁଲର ଖେଳପଡ଼ିଆ ଠାରୁ ଆରମ୍ଭ କରି ସବୁ ପ୍ରକାର ଭିତ୍ତିଭୂମି ନିର୍ମାଣ କରାଯିବାରେ ବିପୁଳ ଟଙ୍କା ଖର୍ଚ୍ଚ ପାଣିରେ ପଡ଼ିବ‌ା ନେଇ ପ୍ରଶ୍ନ ଉଠାଇଥିଲେ ।

publive-image

ସ୍କୁଲ ବନ୍ଦ କରାଯିବା ସଂପର୍କରେ ଅବଗତ ହେବା ପରେ ଅଭିଭାବକ ମାନେ ସଜାଗ ହୋଇଯାଇଥିଲେ ।  ତେଣୁ  ଚଳିତ ଶିକ୍ଷାବର୍ଷରେ ଉଭୟ ଅଞ୍ଜିରା ଓ ପୂରଣଶାସନ ସ୍କୁଲ ଦ୍ବୟରେ ୧୦ ଜଣ ଲେଖାଏଁ ପିଲା ନାମ ଲେଖାଇବା ଦିଗରେ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । ହେଲେ ତା‘ ପୂର୍ବରୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତିରିତ କରିଦିଆଗଲା କହି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ପ୍ରତିବାଦରେ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଦୁଇ ସ୍କୁଲ ପୁଣି କାର୍ଯ୍ୟକ୍ଷମ କରାଯାଉ କହି ସ୍ଲୋଗାନ ଦେଇଥଇଲେ । ଏହାପରେ ଏସଂପର୍କିତ ଦାବିପତ୍ର ଶିକ୍ଷା ଅଧିକାରିଣୀ ସ୍ନିଗ୍ଧା ମିଶ୍ରଙ୍କୁ ପ୍ରଦାନ କରିଥିଲେ ।

publive-image

ଶ୍ରୀମତୀ ମିଶ୍ର ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଚିତ୍ତରଂଜନ ସାମନ୍ତରାୟ, ସମାଜସେବୀ ଯଶୋବନ୍ତ ନାୟକ, ଅଜୟ ନାୟକ, କାହ୍ନୁ ନାୟକ, ମନମୋହନ ବେହେରା, ବାପିନା ନାୟକ, ସନ୍ତୋଷ ସ୍ବାଇଁ, କାବୁଲି ଭୋଇ, ରମେଶ ନାୟକ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ ।