ନୀଳଗିରି: ୪ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଉତ୍ତେଜନା

ନୀଳଗିରି: ନୀଳଗିରି ସହରର ୬ ନମ୍ବର ଓ୍ଵାର୍ଡରେ ଥିବା ନିଜଗଡ଼ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପଣ୍ଡା ଅଫିସ ଗୃହ ସଫା କରିବା ଆଳରେ ୪ ଜଣ ଛାତ୍ରୀଙ୍କୁ ଅଫିସ ଭିତରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଘେରାଉ କରି ରଖିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଆଜି ୫ମ ଓ ୪ର୍ଥ ଶ୍ରେଣୀରେ ପଢ଼ିଥିବା ୪ ଜଣ ଛାତ୍ରୀଙ୍କୁ ଅଫିସ ଘର ଭିତରକୁ ଡ଼ାକି ଅସଦାଚରଣ କରିଥିବା ବେଳେ ଛାତଅୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଚିମିନଭାଟି ଓ ସାନଓତା ଗ୍ରାମର ଲୋକେ ଖବର ପାଇବା ପରେ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରି ରଖିଛନ୍ତି। ଖବର ପାଇ ନୀଳଗିରି ଥାନା ଇନ୍ସପେକ୍ଟର ଳଳିତା ମୋଦି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବ୍ଲକ୍‌ ଶିକ୍ଷା ଅଧିକାରୀ ମଧ୍ୟ ସ୍କୁଲକୁ ଆସୁଛନ୍ତି। ଗ୍ରାମବାସୀମାନେ ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର