ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ର ଯଦୁପୁରର ନାବାଳିକା ପରୀ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାମଲାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରରୋଚନାରେ ଚପାଇ ଦିଆଯାଉଥିବା ଅଭିଯୋଗ ଆସିବା ପରେ ବିରୋଧୀ ବିଜେପି , କଂଗ୍ରେସ ସମେତ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2020/11/Odisha-Assembly-Suicide-Bid.jpg)
ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ପୁଣି ଥରେ ନୟାଗଡ଼ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥର ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ଅରୁଣଙ୍କ ମନ୍ତ୍ରୀ ପଦରୁ ଇସ୍ତଫା, ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ବିଜେପି କରିଛି। ପରୀ ମାମଲାରେ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ, ଅରୁଣ ସାହୁଙ୍କ ପାଖଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ପରୀର ପରିବାର ଅଭିଯୋଗ କରିଛନ୍ତି।
ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ନ୍ୟାୟ ନପାଇ ନିରାଶ ହେବା ପରେ ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ପରୀ ମାମଲା ବେଶ୍ ତେଜି ଉଠିଛି।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନୟାଗଡ଼ ବିଜେପି ନେତ୍ରୀ ଇରାନୀ ରାୟ, ସ୍ମୃତି ପଟ୍ଟନାୟକ, ଲାଲାମନୋଜ ରାୟ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fc12c2fd-6e47-4ab6-85dd-a490ad103864.jpg)