ଜଗତସିଂହପୁର ଟାଉନ: ଜଗତସିଂହପୁର ଜିଲ୍ଲାକୁ ଡେଇଁଲା ପରି ନିଆଁ। ଆଜି ଜଗତସିଂହପୁର ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ପକ୍ଷରୁ ବହୁଚର୍ଚ୍ଚିତ ପରି ହତ୍ୟାକାଣ୍ଡ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିରୋଧ କରାଯାଇଥିଲା ।
ଅରୁଣ ସାହୁଙ୍କୁ ମନ୍ତ୍ରୀପଦରୁ ବାହାର କରିବା ସହିତ ପରୀ ଘଟଣାର ସିବିଆଇ ତଦନ୍ତ ଓ ଲକ୍ଷ୍ମୀପୁର ପଞ୍ଚାୟତର ସରପଞ୍ଚଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଦାବି କରାଯାଇଥିଲା । ଏହି ଆନ୍ଦୋଳନରେ ବାଣୀକ୍ଷେତ୍ର ସୁରକ୍ଷା ପରିଷଦର ଆବାହକ ବଳରାମ ଦଳାଇ, ଜିଲ୍ଲା ସଂଯୋଜକ ଦେବାଶିଷ ଚୌଧୁରୀ, ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରନେତା ଭବରଞ୍ଜନ ବେହେରା, ଯୁବନେତା ମିର୍ଜା ସିଦିକ ବେଗ, ସୁଜିତ କୁମାର ସ୍ୱାଇଁ, ଯୁବ ସମାଜ ସେବୀ ଚିରଞ୍ଜୀବ ନାୟକ, ସୌଭାଗ୍ୟ ବରାଳ, ସତ୍ୟବ୍ରତ ମଲ୍ଲିକ ସମେତ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ ।
ଜଗତସିଂହପୁର ଜିଲ୍ଲାକୁ ଡେଇଁଲା ପରି ନିଆଁ
ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କଲା ବାଣୀକ୍ଷେତ୍ର ସୁରକ୍ଷା ପରିଷଦ
/sambad/media/post_attachments/wp-content/uploads/2020/11/0a299f37-160f-4b31-ac07-b39f08d52135.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)