ପରିଚୟ ଗୃହ ଓ ଶିଶୁ ଆମୋଦ ପ୍ରମୋଦ କେନ୍ଦ୍ର ଉଦ୍‌ଘାଟିତ

ବାରିପଦା: ବାରିପଦା ପୌରାଞ୍ଚଳର ୨୨ ନମ୍ବର ୱାର୍ଡ ଲିଙ୍ଗରାଜ ପଲ୍ଲୀରେ ନବନିର୍ମିତ ମାଇକ୍ରୋ ଏକଟିଭିଟିଜ୍‌ ପରିଚୟ ଗୃହ ଏବଂ ଶିଶୁ ଆମୋଦ ପ୍ରମୋଦ କେନ୍ଦ୍ରକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦ୍‌ଘାଟନ କରିଛନ୍ତି । ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ପି ଅନ୍ୱେଷା ରେଡ୍ଡିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ପୌରପାଳିକାର କମ୍ୟୁନିଟି ଅର୍ଗାନାଇଜର ତାରାମଣି ମହାପାତ୍ର, ୱାର୍ଡ ଅଧିକାରୀ ରବୀନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

୫ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବା ଫଳରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ସାମୁହିକ ବା ଗୋଷ୍ଠୀଗତ କାର୍ୟ୍ୟ ଅନୁଷ୍ଠିତ ହେବା ସହିତ ପିଲାମାନଙ୍କର ଶାରିରୀକ ଓ ମାନସିକ ବିକାଶ ପାଇଁ ଖେଳକୁଦ ସରଞ୍ଜାମ ଆଦି ସୁବ୍ୟବସ୍ଥିତ କରାଯାଇଛି। ଏହାଦ୍ୱାରା ବସ୍ତି ଅଞ୍ଚଳର ଜନସାଧାରଣଙ୍କ ସାମୁହିକ ଭାବରେ ନିଜର କାର୍ୟ୍ୟ ସମ୍ପାଦନ କରି ଅର୍ଥନୈତିକ ଓ ସାମାଜିକ ଓ ସାସ୍କୃତିକ ଅବସ୍ଥାରେ ସୁଧାର ଆଣିପାରିବା ସହିତ ସହରର ସୌନ୍ଦର୍ୟ୍ୟୀକରଣ ଆଦି ବିକାଶ ଦିଗରେ ସହାୟକ ହୋଇ ପାରିବ।

ସମ୍ବନ୍ଧିତ ଖବର