ପଟାଙ୍ଗୀ-୧ ଜିଲ୍ଲାପରିଷଦ ଆସନ, ସର୍ବଦଳୀୟ ପ୍ରାର୍ଥୀ ପାଇଁ ସ୍ୱାଧିନ କଣ୍ଟା

ଚିନ୍ତାରେ ସର୍ବଦଳୀୟ ନେତା, ଘନଘନ ବୈଠକ,ବାହାରୁନି ନିର୍ଯ୍ୟାସ

କୋରାପୁଟ : ତ୍ରୀସ୍ତରୀୟ  ପଂଚାୟତ ନିର୍ବାଚନର ପଟ୍ଟାଙ୍ଗୀ ଜୋନ – ୧ ପାଇଁ ବଢୁଛି ମୁଣ୍ଡ ବ୍ୟଥା। ଜୋନ-୧ ପାଇଁ ସର୍ବଦଳୀୟ ପ୍ରାର୍ଥୀ ହୋଇଥିବା ମମତା ଜାନୀଙ୍କ ବିପକ୍ଷ‌ରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢୁଛନ୍ତି ଟିକାଇ ଗେମେଲ ଓ ସାବିନା ବୁଡିଆ । ଏପଟେ ଆଗ ମାଟି ପଛେ ପାଟି କହି କୋଟିଆରେ ଇଲେକସନ ନୁହଁ ସିଲେକସନ  ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ କାଲି ଅନ୍ତିମ ଦିନ ରହିଥିବାବେଳେ ପ୍ରତ୍ୟାହାର ହେବ କି ନାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

କୋଟିଆରେ ସର୍ବସମ୍ମତ କ୍ରମେ ସରପଞ୍ଚ, ୱାର୍ଡ ସଭ୍ୟ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମନୋନୟନ ପାଇଁ ସର୍ବଦଳୀୟ ନେତୃ ମଣ୍ଡଳୀ ଅଣ୍ଟା ଭିଡିଥିଲେ । ହେଲେ ୯ରୁ ଅଧିକ ସରପଞ୍ଚ ,ପୁଣି ଜିଲ୍ଲା ପରିଷଦ ପାଇଁ ଏକାଧିକ ପ୍ରାର୍ଥୀ ମଇଦାନରେ ଆସିବାରୁ ହୋଇପାରିନାହିଁ ସର୍ବସମ୍ମତ ନେତା ଚୟନ । ଯାହାକି ୩ ରାଜନୈତିକ ଦଳର ନେତୃବୃନ୍ଦ ଏବେ ହରଡଘଣାରେ । ଏପଟେ ସ୍ୱାଧିନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ‌ଚନ୍ଦ୍ରମା ସାଉନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ ଜିଲ୍ଲା ପରିଷଦ ପାଇଁ ପୁରା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଅନ୍ୟ ଜଣେ ସାବିନା ବୁଡିଆ ମଧ୍ୟ ପ୍ରାର୍ଥପତ୍ର ପ୍ରତ୍ୟାହାର କରି ନଥିବାରୁ ସେ ମଧ୍ୟ ଲଢିବାର ସମ୍ଭାବନା ଦେଖାଦେଇଛି । ତେବେ ଗଣତନ୍ତ୍ରରେ ନିର୍ବାଚନ ହେଉ ତଥା ଜୋନ – ୧ର ସମସ୍ତ ପଂଚାୟତର ସମସ୍ୟା ରହିଛି ଏପରିକି ଟିକାଇଙ୍କ ପଛରେ କନ୍ଧ ସମାଜ,ଦୋରା ସମାଜ,କମାର ସମାଜଙ୍କ ସମର୍ଥନ ରହିଛି ତେଣୁ ସେ ଅଂଚଳର ଝିଅ,ଭଉଣୀ,ବୋହୁ ଭାବରେ ପରିଚିତ ଅଛନ୍ତି । ତେଣୁ ସେ ନିର୍ବାଚନ ଲଢିବେ ବୋଲି ଜିଦରେ ଅଟଳ ରହିଛନ୍ତି ଟିକାଇ । ଦେଶ ସ୍ୱାଧିନ ହେବା ଦିନରୁ କୋଟିଆରେ ହେଉଥିଲା ନିର୍ବାଚନ ।ପୁଣି ସୁସ୍ତ ଲୋକତନ୍ତ୍ର ଚାହୁଁଥିବା ଓଡିଶାରେ ସର୍ବଦଳୀୟ ନେତୃବୃନ୍ଦ କାହିଁକି ଇଲେକସନ ବଦଳରେ ସିଲେକସନ କରିବାକୁ ଚାହୁଁଛନ୍ତି ? ପୁଣି ଗତବର୍ଷ ମେ ମାସରେ ଆନ୍ଧ୍ର ଓଡିଶା ଭିତରେ ପସି ଫୋର୍ସ ପୁରାଇ କରାଇଥିଲା ପଚାଂୟତ ନିର୍ବାଚନ ।ତେଣୁ ଓଡିଶା ସରକାରଙ୍କ ପକ୍ଷରୁ ପଂଚାୟତ ନିର୍ବାଚନ କରାଯାଉ। ଗଣତନ୍ତ୍ରକୁ ହତ୍ୟା ନକରି ଗଣତାନ୍ତ୍ରିକ ଧାରାରେ ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନ ଦୃଷ୍ଟି ଦିଅନ୍ତୁ ବୋଲି ଅଂଚଳର ଜଣେ ଟାଣୁଆ ଆଦିବାସୀ ଯୁବକ ଭଗବାନ ଗୋଲରୀ ମତ ରଖିଛନ୍ତି। ନାମାଙ୍କନ ପତ୍ର ଯାଞ୍ଚ ଦିନ ସମସ୍ତଙ୍କୁ ନେଇ କୋରାପୁଟରେ ସର୍ବଦଳୀୟ ନେତାଙ୍କ ଆଲୋଚନା କରାଯାଇଥିଲା। ପରେ କୋଟିଆ ପଂଚାୟତରେ ବି ହୋଇଥିଲା ସରପଞ୍ଚ ପ୍ରାର୍ଥୀଙ୍କ ସହ ଆଲୋଚନା। ଦ୍ୱିତୀୟ ଦିନରେ ବି ଚାଲିଛି ସର୍ବସମ୍ମତ କ୍ରମେ ନେତା ଚୟନ ପାଇଁ ସର୍ବଦଳୀୟ ନେତାଙ୍କ ଆଲୋଚନା। ଏବେବି ବିଜେଡି,ବିଜେପି ଓ କଂଗ୍ରେସ ଦଳର ପ୍ରମୁଖ ନେତା ମାନେ ପ୍ରାର୍ଥଙ୍କ ନିକଟକୁ ଯାଇ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଖୁବ ଶୀଘ୍ର ସମସ୍ୟାର ସମାଧନ ହୋଇ ଜିଲ୍ଲା ପରିଷଦ ଓ ସରପଞ୍ଚ ପ୍ରାର୍ଥୀ ଭାବେ ଜଣେହିଁ ରହିବେ ବୋଲି ତିନି ପ୍ରମୁଖ ଦଳର ନେତା ଜଣାଇଛନ୍ତି ।

ବିଜେଡି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲି ସୁଧା ଫଳ ଆସିଯିବ, କୋରାପୁଟ ଓ ଓଡ଼ିଶା‌ର ବିଜୟ ପାର୍ଇ ଆମେ ସଙ୍କଳ୍ପବଦ୍ଧ ବୋଲି ସେ କହିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ରାମ କାଡାମ୍‌ଙ୍କ ସହ ଏନେଇ ଆଲୋଚନା ହୋଇଛି। ସେ କଂଗ୍ରେସରୁ ଟିକେଟ୍‌ ପାଇଥିଲେ,କିନ୍ତୁ ପରବର୍ତ୍ତୀ ସମୟରେ କିପରି ସ୍ବାଧୀନ ପ୍ରାର୍ଥୀ ହେଲେ ସେନେଇ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ ନିୟମ ଅନୁସାରେ ସବୁ ହେବ। ଓଡ଼ିଶାର ବିଜୟ ହେବ ହିଁ ହେବ ବୋଲି ସେ କହିଛନ୍ତି। ତେବେ କୋଟିରେ ୫୧୫୭ଜଣ ଭୋଟର ରହିଥିବାବେଳେ ୧୩ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ୨୨ ଗାଁ ୧୨ଟି ପଡା ଗାଁ ରହିଥିବାବେଳେ ୯ଜଣ ସରପଞ୍ଚ ଓ ୧୩ ଜଣ ୱାର୍ଡ ମେମ୍ବର ପ୍ରା‌ର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର