ସୋର: ସୋର-କୁପାରି ରାସ୍ତା ଆଟପୁର ପଞ୍ଚାୟତ ପିତାକାଳିଆ ପୋଲ ଉପରୁ କରୋନା ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ନଈକୁ ଖସି ପଡ଼ିଥିଲା। ରୋଗୀ ଜଣକ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଓଆର୍-୦୧-ଏମ-୪୬୮୯ ଆମ୍ବୁଲନ୍ସଟି ଖଇରା କଣ୍ଟାପଡ଼ା କ୍ବାରାଣ୍ଟିନ୍ ସେଣ୍ଟରରୁ ଜଣେ ଗୁରୁତର କରୋନା ରୋଗୀଙ୍କୁ ନେଇ ବାଲେଶ୍ବର ଡାକ୍ତରଖାନା ଯାଉଥିବା ବେଳେ ପିତାକଳିଆ ପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ସମ୍ପୃକ୍ତ ରୋଗୀଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ଅନ୍ୟ ଏକ ଆମ୍ବୁଲାନ୍ସରେ ତୁରନ୍ତ ତାଙ୍କୁ ସୋର ଡାକ୍ତରଖାନା ନେଇ ପ୍ରାଥମିକ ଚିକତ୍ସା କରାଯାଇଛି। ସେହିପରି ଆମ୍ବୁଲାନ୍ସ ଡ୍ରାଇଭର ଖଇରା ଅଞ୍ଚଳର ସନାତନ ରାଉତ ମଧ୍ୟ ସୋର ଡାକ୍ତରଖାନାରେ ଚିକତ୍ସିତ ହୋଇଛନ୍ତି। ପୋଲରେ ବାଡ଼ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ, କରୋନା ରୋଗୀ ଗୁରୁତର
/sambad/media/post_attachments/wp-content/uploads/2021/05/4e484fda-2867-481b-b610-ff24de1e0d2f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)