ରାଇସୁଆଁ: ତେଲକୋଇ ବ୍ଲକ୍ ଶିରିଗିଡ଼ା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ତାଲା ଝୁଲୁଥିବାରୁ ଆଜି ଜଣେ ଗୁରୁତର ରୋଗୀ ଚିକିତ୍ସାସେବା ନପାଇ ଫେରିଥିବା ଅଭିଯୋଗ ହୋଇଛି। ରାଇସୁଆଁ ପଞ୍ଚାୟତ ରାଣୀବେଡ଼ା ଗ୍ରାମ ମୁଣ୍ଡାବସ୍ତିର ଚନ୍ଦ୍ରମଣି ମୁଣ୍ଡାଙ୍କ ଝିଅ ଶିବାନୀ (୧୯) ଆଜି ପୂର୍ବାହ୍ନ ୧୧ଟାବେଳେ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଶିରିଗିଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିଲେ। ଡାକ୍ତରଖାନାରେ ତାଲା ଝୁଲୁଥିଲା। ନିକଟରେ ଜଣେ ମହିଳା କହିଥିଲେ, ଏଠାରେ ଏବେ କେହି ନାହାନ୍ତି। ୪ଟାବେଳେ ଆସିବ ବୋଲି କହିଥିଲେ। ପରିବାର ଲୋକେ ସେଠାରୁ ଝିଅକୁ ନେଇ ଏକ ଔଷଧକୁ ଦୋକାନୁ ଯାଇଥିଲେ। ସେଠାରୁ ଔଷଧ କିଣି ଘରକୁ ଫେରିଥିବା କହିଛନ୍ତି। ଏନେଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ପ୍ରୀତୀଶ କୁମାର ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିବାରୁ, ଦେଖିବା କ’ଣ କରାଯାଇ ପାରିବ ବୋଲି କହି ଫୋନ୍ କାଟି ଦେଇଥିଲେ। ତେବେ ଏହି ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଜଣକ ପୂର୍ବାହ୍ନ ୧୦ଟାରେ ଆସି ମଧ୍ୟାହ୍ନ ୧୨ଟା ବେଳେ ପଳାଉଥିବା ଅଭିଯୋଗ ହେଉଛି।
ଡାକ୍ତରଖାନାରେ ତାଲା, ଫେରିଲେ ରୋଗୀ
/sambad/media/post_attachments/wp-content/uploads/2024/05/9a2800bd-06fa-4538-b311-107c75bb4485.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)