ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ରୋଗୀ ଠକେଇର ଶିକାର

ଜଗତସିଂହପୁର/ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ରୋଗୀ ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଜଗତସିଂହପୁରର ଜଣେ ବ୍ୟକ୍ତି ବ୍ଲାକ୍ ଫଙ୍ଗସରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କୁ ଏକ ଇଂଜେକସନ ପାଇଁ  ହସ୍ପିଟାଲ କହିଥିଲା । ଏହି ଇଂଜେକସନ ଅତ୍ୟନ୍ତ ଜରୁରୀ ଥିଲା । ଭୁବନେଶ୍ୱରରେ ନ ପାଇବା ଫଳରେ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଗୁଗୁଲରେ ସର୍ଚ୍ଚ କରି ଇଂଜେକସନ ଖୋଜିଥିଲେ । କିନ୍ତୁ ଇଂଜେନକସନ ପାଇବେ କ’ଣ, ଓଲଟା ଠକାମିରେ ପଡିଗଲେ । ଜଣେ ବ୍ୟକ୍ତି ଇଂଜେକସନ ଯୋଗାଇବା ନାଁରେ ୪୮ହଜାର ଟଙ୍କା ନେଇଗଲା ଆଉ ତାପରେ ମୋବାଇଲ ବନ୍ଦ କରି ଫେରାର ହୋଇଗଲା ।

ବ୍ଲାକ ଫଙ୍ଗସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଜୟ ଭୁୟାଁଙ୍କ ସହ ଯାହା ଘଟିଛି, ତାହା କାହା ସହିତ ନ ହେଉ । ଗୋଟିଏ ପଟେ ଏହି ବ୍ୟକ୍ତି ଜଣକ ବ୍ଲାକ ଫଙ୍ଗସ ଭଳି ଏକ ମାରାତ୍ମକ ରୋଗରୁ ଆରୋଗ୍ୟ ହେବା ପାଇଁ ସଂଘର୍ଷ କରୁଛନ୍ତି, ଆଉ ଅନ୍ୟପଟେ ଏମାନଙ୍କ ଉପରେ ଔଷଧ ନାଁରେ ଠକେଇ କରୁଥିବା ଦଲାଲଙ୍କ ନଜର ରହିଛି ।

After filtering for fraud, AppNexus transactions fell by 65 percent -  Digiday

ଲିପୋସମାଲ ଇଂଜେକ୍ସନ ବାହାରୁ ଆଣିବା ପାଇଁ ଏମ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। କାରଣ ଏହା ହସ୍ପିଟାଲରେ ମିଳୁ ନଥିଲା । ଏବଂ ଏଭଳି ଅବସ୍ଥାରେ ଏହି ଇଂଜେକ୍ସନ ନିହାତି ଦରକାର । ଆଉ କିଛି ବାଟ ନପାଇ ପରିବାର ଲୋକେ ଗୁଗୁଲରେ ସର୍ଚ କରି ଏହି ଇଂଜେକ୍ସନ କିଣିବା ପାଇଁ ଚେଷ୍ଟା କଲେ । ସେହି ଇଂଜେକସନ ଥିବା ଏକ ସାଇଟ ସହ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତା ହୋଇଥିଲେ । ବ୍ୟକ୍ତି ଜଣକ ୪୮ ହଜାର ଟଙ୍କା ଏହି ଆକାଉଂଟରେ ଜମା କରିବା ପାଇଁ କହିଲେ, ଓ ଏହା ପରେ ଇଂଜେକସନ ଆସିଯିବ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଆଉ ଇଂଜେକସନ ଆସିଲା ନାହିଁ ଏବଂ ସେ ବ୍ୟକ୍ତିର ଫୋନ ବି ବନ୍ଦ ହୋଇଗଲା ।

ଠକର ନାମ ଅରୁଣ କୁମାର ଏବଂ ସେ ତାମିଲନାଡୁର ନେକ୍ସଜେନମେଡ ଫାର୍ମାସୀ ପ୍ରାଇଭେଟ ଲିମିଟେଡର ପ୍ରତିନିଧି କହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।

ସମ୍ବନ୍ଧିତ ଖବର