ମ.ରାମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମ. ରାମପୁର ବ୍ଲକରେ ଗାଁସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ବିଭିନ୍ନ ସମୟରେ ରୋଗୀ ସ୍ବାସ୍ଥ୍ୟ ସେବା ନ ପାଇ ଅସମୟରେ ମୃତ୍ୟୁ ବରଣ କରିଥିବା ନଜିର ଅଗଣିତ। ବଣ ଜଙ୍ଗଲ ପାହାଡ ଭିତରେ ଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ସପନ ହୋଇ ଯାଇଛି। ଜରୁରୀକାଳୀନ ସେବା ତଥା ଗର୍ଭବତୀଙ୍କୁ ଖଟିଆରେ କିମ୍ବା ଦୋଲାରେ ବୋହି ଦୂର ଦୁରନ୍ତ ରାସ୍ତା ଦେଇ ଡାକ୍ତରଖାନକୁ ଆଣିବାକୁ ହୋଇଥାଏ।ଫଳରେ ରୋଗୀ ବାଟରେ ମଧ୍ୟ ସଙ୍କଟାପନ୍ନ ହୋଇଥାଏ ବା ମୃତ୍ୟୁ ମୁଖରେ ପଡ଼ିଥଏ। ଯାହାର ଏକ ଜ୍ୱଳନ୍ତ ନମୁନା ଆଜି ଉର୍ଳାଦାନୀର ପୁଇଁଝରି ଗାଁରୁ ଏହି ଚିତ୍ର ବୟାନ କରୁଛି। ପୁଇଁଝରି ଗ୍ରାମର ଜମିନି ମାଝୀ ଉର୍ଳାଦାନୀ ଆଶ୍ରମ ସ୍କୁଲରେ ରହି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ।
ସ୍ୱାସ୍ଥ୍ୟ ବସ୍ଥା ଖରାପ ହେବାରୁ ସେ ଘରକୁ ଯାଇଥିଲେ ଚାରିଦିନ ତଳେ। ଆଜି ହଟାତ୍ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ ଗାଁକୁ। ଯାହା ଫଳରେ ୧୪ କିଲୋମିଟର ଖଟିଆରେ ବୁହାହେଇ ଉର୍ଳାଦାନୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡିଛି। ଗୋଟେ ପଟେ ସରକାର ସ୍ୱାସ୍ଥ୍ୟସେବା ମାଗଣାରେ ସମସ୍ତଙ୍କୁ ଯୋଗାଇ ଦିଆ ଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ମ. ରାମପୁର ବ୍ଲକର ଅନେକ ଗାଁରେ ତାହା ଫେଲ ମାରିଛି। ଏହାପୂର୍ବରୁ ମଧ୍ୟ ଜମିନିଙ୍କ ବାପା ଏହିଭଳି ସ୍ବାସ୍ଥ୍ୟସେବା ନପାଇ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-13-at-7.56.43-PM.jpeg)