ଝାରସୁଗୁଡ଼ା: ଏହା କୌଣସି ଆଦିବାସୀ ବହୁଳ କୋରାପୁଟର ବଣ୍ଡାଘାଟି ଅଥବା କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ନୁହେଁ। ଶିଳ୍ପ ଓ ଖଣି ଖାଦାନ ଭରା ଝାରସୁଗୁଡ଼ା ଜିଲ୍ଲାର ଘଟଣା। ସଦର ବ୍ଲକ ଗଉଡ଼ମାଲ ପଞ୍ଚାୟତର ବଡ଼ଯୋବ ରାସ୍ତାର ଛେଲକୁଠି ରାସ୍ତାରେ ଆମ୍ବୁଲାନ୍ସ ଯାଇ ନପାରିବାରୁ ଜଣେ ରୋଗୀଙ୍କୁ ୩ କିମି ବାଇକରେ ବୁହାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ, ବଡ଼ଯୋବ ନିକଟ ଠାରେ ଏକ ଅଜଣା ବୃଦ୍ଧ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଗଉଡ଼ମାଲ ସରପଞ୍ଚ ୧୦୮କୁ ଖବର ଦେଇଥିଲେ। ୧୦୮ ରୋଗୀକୁ ନେବା ପାଇଁ ଯାଉଥିବା ବେଳେ ପୁଟୁରାଡ଼େରା ଠାରୁ ଆଉ ଆଗକୁ ଯାଇ ପାରିନଥିଲା। ଫଳରେ କିଛି ଯୁବକ ଏକ ବାଇକରେ ଉକ୍ତ ବୃଦ୍ଧଙ୍କୁ ବୋହି ଆଣିଥିଲେ। ଏଠାରେ ପ୍ରକାଶ ଥାଉକି ଓପିଜିସି ନିର୍ମାଣ କରୁଥିବା ମନୋହରପୁର ରେଳ ଲାଇନ ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନାହିଁ। ଏହି ରାସ୍ତାରେ ଥିବା ଅଣ୍ଡର ବ୍ରିଜ ଦେଇ ପାରି ଯାଉଥିବାରୁ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଏହି ରାସ୍ତାରେ ଯାତାୟତ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/jsg-1.jpg)