ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବସାଯିବା ଘଟଣା: ହିନ୍ଦୁ ସମାଜର ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

ପ୍ରସ୍ତାବିତ ସ୍ଥାନ ସହ ଛକମାନଙ୍କରେ ରାସ୍ତା ଅବରୋଧ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବସାଯିବା ଘଟଣାକୁ ନେଇ ଆଜି ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି | ବୁଧବାର ସକାଳୁ ହିନ୍ଦୁ ସମାଜର କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ବିଭିନ୍ନ ଛକରେ ବସିଥିବା ଜଣାପଡିଛି। ସେହିପରି ହିନ୍ଦୁ ସମାଜ, ବ୍ରାହ୍ମଣ ଏକତା ମଞ୍ଚ, ବଜରଂଗ ଦଳ ପ୍ରମୁଖଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହରରେ ବୁଲି ବୁଲି ପିକେଟିଂ କରୁଥିବା ଜଣାପଡିଛି।

ସେହିପରି ସରକାରୀ ବେସରକାରୀ ଅଫିସ ମାନଙ୍କୁ ବନ୍ଦ କରାଯାଉଥିବା ବେଳେ ଗାଡିମୋଟର-ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସେହିପରି ପ୍ରସ୍ତାବିତ ସ୍ଥାନରେ ହିନ୍ଦୁ ସମାଜର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ପାଟଣାଗଡ଼ ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାଟଣାଗଡ଼, ଲରମ୍ଭା, ଲାଠୋର, ବେଲପଡା, ଖପ୍ରାଖୋଲ ପୁଲିସ ଅଧିକାରୀମାନଙ୍କ ସହ ହୋମଗାର୍ଡ, କନେଷ୍ଟବଳ, ସିଆରପିଏଫ ଯବାନମାନେ ମୁତୟନ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର