କରଞ୍ଜିଆରେ ପତ୍ର​ମୋଡ଼ା ରୋଗ: ଧାନଚାଷୀ ହତାଶ

ସିଙ୍ଗଡ଼ା: କରଞ୍ଜିଆରେ ପତ୍ରମୋଡ଼ା ବା ନଳୀପୋକ (ସାମ୍ବାଳୁଆ) ଯୋଗୁ ବହୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଏହି ପୋକ ଧାନ ଗଛର ପତ୍ର ଖାଇବା ସହ ପତ୍ରକୁ ମୋଡ଼ି ଗଛକୁ ମାରି ଦେଇଥା’ନ୍ତି। ଧୀରେ ଧୀରେ ଏମାନଙ୍କ ସଂଖ୍ୟା ବଢ଼ିବା ଏବଂ ଗଛ ନଷ୍ଟ ହେଉଥିବାରୁ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଚାଷୀ ଋଣ ବା କରଜ କରି ବର୍ଷକର ଫସଲ ଆମଦାନୀ କରିବା ଲକ୍ଷ୍ୟରେ ଯଦି ଏହି ଅବସ୍ଥା ଲାଗିରହେ ତେବେ ସେମାନଙ୍କ ଆଶା ମଉଳି ଯିବ ବୋଲି ଚାଷୀ ରତନ ନାଏକ, ରିଟୁ ଦେହୁରୀ ପ୍ରକାଶ କରିଛନ୍ତି। କୃଷି ବିଭାଗ ଏଥିପ୍ରତି ନଜର ଦେଉ ନଥିବାରୁ ବାଧ୍ୟ ହୋଇ ଚାଷୀ ପାଖ ଦୋକାନରୁ ପ୍ରତିଷେଧକ ଔଷଧ ନେଇ ଧାନ କିଆରରେ ସିଞ୍ଚନ କରୁଛନ୍ତି। ଚାଷ ସଂପର୍କିତ କୌଣସି ସମସ୍ୟା ଥିଲେ ତୁରନ୍ତ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପରାମର୍ଶ ଗ୍ରହଣ କରିବା ପାଇଁ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର