କଟକ: କଟକସ୍ଥିତ ପଟ୍ଟାପୋଲରୁ କଣ୍ଟେନମେଣ୍ଟ ଜୋନ ଆଦେଶ ପ୍ରତ୍ୟାହୃତ ହୋଇଛି । ଏହି ଅଞ୍ଚଳରେ ଲକଡାଉନ ନିୟମ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରୁ ସଂଗୃହୀତ ହୋଇଥିବା ସମସ୍ତ ନମୁନା ନେଗେଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଫଳରେ ଏଠାରୁ କଣ୍ଟେନମେଣ୍ଟ କଟକଣା ହଟିଛି ବୋଲି କହିଛନ୍ତି କଟମ ମହାନଗର ନିଗମ କମିସନର ଅନ୍ୟାନ୍ୟା ଦାସ ।
ସୂଚନାଯୋଗ୍ୟ, କଟକର ପଟ୍ଟାପୋଲ ଅଞ୍ଚଳରେ ବିଗତ ଦିନରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ କଣ୍ଟେନମେଣ୍ଟ ଜୋନ ବା ଅବରୋଧ ଭାବେ ଘୋଷଣା କରିଥିଲା । ଏହି ଅଞ୍ଚଳକୁ ଚାରିଆଡୁ ସିଲ କରିଦିଆଯାଇଥିଲା । ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା ।