ଆନନ୍ଦପୁର : ଘସିପୁରା ବ୍ଲକ୍ ବାତୋ ପଞ୍ଚାୟତରେ ଅସମାଜିକଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ପଞ୍ଚାୟତର ପ୍ରାୟ ୧୦ଟି ସ୍ଥାନରେ ଲାଗିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆବର୍ଷ ଶୁଭେଚ୍ଛା ବ୍ୟାନର ଓ ହୋଡିଂକୁ ଦୁର୍ବୃତ୍ତମାନେ ଚିରିଦେଇଛନ୍ତି।
ଦୁର୍ବୃତ୍ତମାନେ ରାତିରେ ବୁଲିବୁଲି ଏହି କାମ କରିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ବାଇକ୍ରେ ରାତିସାରା ବୁଲି ବାତୋ, ଅତା, ଅଞ୍ଜିରା, ତମ୍ପୋ, ଉଲୋଳ, ମଧୁକେଶରୀ ଗ୍ରାମରେ ଲାଗିଥିବା ଏକାଧିକ ବ୍ୟାନର ଓ ହୋଡିଂକୁ ଚିରି ଦେଇଥିଲେ। କେତେକ ଅଧା ଚିରା ହୋଇଥିବାବେଳେ ଆଉ କେତେକକୁ ସମ୍ପୂର୍ଣ୍ଣ ଖୋଲି ନେଇଛନ୍ତି। ଗତକାଲି ଭଗାନଈରେ ହୋଇଥିବା କଂଗ୍ରେସ ସାଂଗଠନିକ ସମାବେଶରେ ବାତୋ ପଞ୍ଚାୟତରୁ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ଯୋଗଦେଇଥିଲେ। ଏଥିପାଇଁ ଆକ୍ରୋଶମୂଳକଭାବେ ଶାସକ ଦଳର ସମର୍ଥକମାନେ ଏଭଳି ହୀନ କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-11-at-21.03.59.jpeg)