ଭୁବନେଶ୍ୱର: ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ନେଇ ସାମ୍ନାକୁ ଆସିଲା ପିସିସିଏଫଙ୍କ ବୟାନ | ସେ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କ ରଚାଇଥିବା ବାଘଟି ମହାବଳ ନୁହେଁ ବରଂ କଲରାପତରିଆ ବାଘ | ସେ କହିଛନ୍ତି ଯେ ବନ ବିଭାଗ କଡା ବାଘ ଉପରେ ନଜର ରଖିଛି | ଲୋକଙ୍କୁ ସତର୍କ କରାଇବା ସହ କ୍ଷତିଭରଣା ରାଶି ଦେବା ପାଇଁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଉଲ୍ଲେଖ ଥାଉ କି ଯେ ଗତକାଲି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଥିଲା ।
ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ହୋଇଥିବାବେଳେ ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ବାଘ ଆସି ବୃଦ୍ଧାଙ୍କୁ ଟାଣି ନେଇ ଖାଇ ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହା ମହାବଳ ବାଘର କାମ ହୋଇଥିବା ଅନୁମାନ କରୁଛୁ ବୋଲି ସୁନାବେଡ଼ା ବନ୍ୟ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ କହିଥିଲେ। ତେବେ ଏହା ମହାବଳ ବାଘ ନୁହେଁ ବରଂ କଲରାପତରିଆ ବାଘ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/tiger-a.jpg)