ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ

ହିଂଜିଳିକାଟୁ: ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ମାର୍କେଟ କମ୍ପେକ୍ସ ନିମନ୍ତେ ବାଟ ସଫା ଥିବା ବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୧୪ ମସିହା ଏପ୍ରିଲ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୫ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ସହରରେ ମାର୍କେଟ କମ୍ପ୍ଲେକ୍ସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ କୌଣସି କାରଣ ବଶତଃ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ଅଗ୍ରଗତି ବଦଳରେ ସମ୍ପୂର୍ଣ୍ଣ ଠପ୍‌ ରହିଥିଲା। ପରେ କରୋନା କଟକଣା ଫଳରେ ଉନ୍ନୟନ କାର୍ଯ୍ୟ ବନ୍ଦ ରହିଥିବା ସକାଶେ ମାର୍କେଟ କମ୍ପ୍ଲେକ୍ସ ପାଇଁ କାର୍ଯ୍ୟର ଅହେତୁକ ବିଳମ୍ବ ଦେଖା ଦେଇଥିଲା।

ସୂଚନା ପ୍ରକରେ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୩୦ ଗ୍ରାମର ସହସ୍ରାଧିକ ବ୍ୟବସାୟୀ ସକାଳ ହେଲା ମାତ୍ରେ ବେପାର ପାଇଁ ହିଂଜିଳିକାଟୁ ସହର ଉପରେ ନିର୍ଭର କରୁଛନ୍ତି। ହିଂଜିଳି ମୁନିସିପାଲିଟି ମାନ୍ୟତା ପାଇବାର ଦୁଇବର୍ଷ ବିତି ଯାଇଥିଲେ ବି ଅଞ୍ଚଳରେ ଏକ ମାର୍କେଟ କମ୍ପ୍ଲେକ୍ସ ନ ହେବା ଫଳରେ ଏବେ ମଧ୍ୟ ବେପାରୀମାନେ ରାସ୍ତା କଡ଼ରେ ନିଜ ନିଜ ବ୍ୟବସାୟ ପାଇଁ ପସରା ମେଲି ବସିଥାନ୍ତି । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଗତ ୨୯ ତାରିଖ ଠାରୁ ଜବର ଦଖଲ ଉଚ୍ଛେଦ କରାଯାଇ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ଶତପଥୀ ସଂପୃକ୍ତ ସ୍ଥାନ ପରିଦର୍ଶନରେ ଆସି ନିର୍ମାଣ କାର୍ଯ୍ୟର ତଦାରଖ କରି ଫେରିଥିଲେ। ବିଭାଗୀୟ ସହକାରୀ ର୍ନିବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଉମାଚରଣ ପାଢ଼ୀ, ଲଡ଼ୁକିଶୋର ପଣ୍ଡା, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର