କୋଭିଡ୍ ନିୟମ ଉଲ୍ଲଂଘନ, ୫ ଦୋକାନରୁ ୧୬ହଜାର ଜରିମାନା ଆଦାୟ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । କରୋନା କଟକଣା ମାନିବାକୁ ପ୍ରଶାସନର ନିୟମିତ ପରାମର୍ଶ ପରେ ମଧ୍ୟ ଅନେକ ଅମାନିଆ ହେଉଛନ୍ତି । ଆଜି କୋଭିଡ୍ ନିୟମ ଉଲ୍ଲଂଘନ ଘଟଣାରେ ପୌର ପ୍ରଶାସନ ପକ୍ଷରୁ ଏକ ସୁନା ଦୋକାନକୁ ସିଲ କରାଯିବା ସହ ୧୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ।

ଏନେଇ ସୂଚନା ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମ ଶତପଥୀ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନ ବଜାରରେ ଗହଳି କମାଇବାକୁ ପ୍ରଚେଷ୍ଟା କରାଯାଉଛି । ନୂଆ ବସଷ୍ଟାଣ୍ଡଠାରୁ ବ୍ୟାଙ୍କ ଛକ ମଧ୍ୟରେ ଥିବା ରାସ୍ତାକଡ଼ ଦୋକାନୀଙ୍କୁ ଉଠାଇ ହାବେଳୀ ପଡ଼ିଆ ଓ ଟିଏଲ୍ସି ପଡ଼ିଆ ସମ୍ମୁଖ ସ୍ଥାନରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗତକାଲି କୋଭିଡ୍ ନିୟମ ଉଲ୍ଲଂଘନ କରିବା ଘଟଣାରେ ଏକ ସୁନା ଦୋକାନକୁ ସିଲ କରାଯାଇଥିଲା । ଆଜି ସେହି ଦୋକାନଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ ସହ ପୁନର୍ବାର ନିୟମ ଉଲ୍ଲଂଘନ ନକରିବାକୁ ପ୍ରତିଶ୍ରୁତି ପରେ ଦୋକାନ ଖୋଲାଯାଇଛି । ସେହିଭଳି ଅନ୍ୟ ୪ଟି ତେଜରାତି ଦେକାନରୁ ମଧ୍ୟ ୬ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ।

ସମ୍ବନ୍ଧିତ ଖବର