ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ଜେଲଦଣ୍ଡ ଭୋଗୁଥିବା ବାଲିଶଙ୍କରା ତହସିଲର ଅବସରପ୍ରାପ୍ତ ମୁଖ୍ଯ କିରାଣି ମହମ୍ମଦ ସବୀର ହୁସେନଙ୍କ ପେନସନ ଓ ଗ୍ରାଚ୍ଯୁଇଟି ସ୍ଥାୟୀ ଭାବେ ବନ୍ଦ କରିବାକୁ ଆଦେଶ ହୋଇଛି। ୨୦୧୫ ମେ ୧୩ରେ ବାଲିଶଙ୍କରା ତହସିଲର ତତ୍କାଳୀନ ମୁଖ୍ଯ କିରାଣି ଏମଡି ସବୀର ଏକ ଜମି ଦାଖଲ ଖାରଜ ପାଇଁ ଅଭିଯୋଗକରୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।
ମାମଲାର ବିଚାର ଚାଲିଥିବାବେଳେ ୨୦୨୩ ନଭେମ୍ବର ୧୮ରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସମ୍ପୃକ୍ତ କିରାଣିକୁ ଦୋଷୀ ସାବ୍ଯସ୍ତ କରି ୪ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା ଆଦେଶ କରିଥିଲେ। ଜରିମାନା ଅନାଦାୟରେ ଅଧିକ ୨ ମାସ ଜେଲ୍ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଥିଲେ। ବିଭାଗୀୟ ଉପରିସ୍ଥ ଅଧିକାରୀ ପେନସନ, ଗ୍ରାଚ୍ଯୁଇଟି ବନ୍ଦ ଆଦେଶକୁ କାର୍ଯ୍ଯକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)