ଭୁବନେଶ୍ବର : ଚଳିତ ବର୍ଷର ପ୍ରଥମ ୮ ମାସରେ ଅର୍ଥାତ ଅଗଷ୍ଟ ଶେଷ ସୁଦ୍ଧା ରାଜଧାନୀରେ ଅମାନିଆଙ୍କଠାରୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ଟଙ୍କା ଜରିମାନା ଆଦାୟ ହୋଇଛି । ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ନିକଟରୁ ଏହି ୮ ମାସରେ ୧୧କୋଟି ୮୩ଲକ୍ଷ ୬୫ହଜାର ୭୦୦ଟଙ୍କା ଜରିମାନା ଆଦାୟ ହୋଇଛି ।
ସେହିପରି ବିନା ହେଲମେଟଧାରୀଙ୍କଠାରୁ ୯ କୋଟି ୨୦ଲକ୍ଷ ୯ହଜାର ୩ଶହ ଟଙ୍କା ଆଦାୟ ହୋଇଛି । ବିନା ସିଟବେଲ୍ଟ ଚାଳକଙ୍କ ପାଖରୁ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ ବିନା ମାସ୍କଧାରୀଙ୍କଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ହୋଇଛି ବୋଲି ସରକାରୀ ସୂଚନାରୁ ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/vehicle-checking-2bk.jpg)