ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ 

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟା ନିକଟ ହଟକଟ ଗ୍ରାମ ନିକଟରେ ଏକ ଦୁର୍ଘଟଣାରେ ପିଇଓ ଜନାର୍ଦ୍ଦନ ଯୋଶୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ପଞ୍ଚାୟତରେ କାର୍ଯ୍ୟ କରୁଥିବା ପିଇଓ ଜନାର୍ଦ୍ଦନ ଯୋଶୀ କାମ ସାରି ନିଦ ଘର କେନକେବାକୁ ଫେରୁଥିଲେ। ବାଟରେ ସେ ଧୁମାଭଟା ହଟକଟ ନିକଟରେ ବାଇକ ସହ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସେଠାରୁ ତାଙ୍କୁ ବେଲପଡା ଓ ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିଲା। ପାଟଣାଗଡ଼ରେ ଜନାର୍ଦ୍ଦନଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର