ଜୟପାଟଣା: ପିଡିଏସ୍ ଚାଉଳ ଓ ଭତ୍ତା ଦାବିରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପିଇଓଙ୍କୁ ହିତାଧିକାରୀ ତାଲା ପକାଇ ଦେଇଥିଲେ। ପୁଲିସ ଆସି ବୁଝାସୁଝା ପରେ ହିତାଧିକାରୀ ତାଲା ଖୋଲିଥିବା ଜଣାଯାଇଛି। ସୂଚନା ଅନୁସାରେ, ଲଡୁଗାଁ ପଞ୍ଚାୟତରେ ୨୮୧୯ ଜଣ ହିତଧିକାରୀ ପିଡିଏସ୍ ଚାଉଳ ପାଇଥାନ୍ତି। ସେମାନଙ୍କ ପାଇଁ ପ୍ରତି ମାସରେ ୫୧୯ କ୍ୱିଣ୍ଟାଲ ୬୫ କେଜି ଚାଉଳ ଉଠାଣ ହୋଇଥାଏ। ହିତାଧିକାରୀଙ୍କୁ ଆଗୁଆ ଚାଉଳ ଦେବା କଥା। ଅର୍ଥାତ୍ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସର ଚାଉଳ ପ୍ରଦାନ କରିବା କଥା। ମାତ୍ର ଏହି ଚାଉଳ ଦିଆଯାଇ ନାହିଁ।
ଫଳରେ ଶୁକ୍ରବାର ଶତାଧିକ ହିତାଧିକାରୀ ପିଇଓ ମାନସ ବେଣୁପାଣି ପଞ୍ଚାୟତ ଅଫିସ୍ରେ ତାଲା ପକାଇ ଧାରଣାରେ ବସିଥିଲେ। କୋକସରା ପୁଲିସ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା ପରେ ୪ ଘଣ୍ଟା ପରେ ତାଲା ଖୋଲା ଯାଇଥିଲା। ଏ ବାବଦରେ ପିଇଓ ଶ୍ରୀ ବେଣୁପାଣିଙ୍କୁ ପଚାରିବାରୁ, ଚାଉଳ ଆସି ନାହିଁ ଦିନେ ଦୁଇଦିନ ମଧ୍ୟରେ ଚାଉଳ ଦିଆଯିବା ନେଇ କହିଛନ୍ତି। ଘଟଣା ପରେ ଯୋଗାଣ ନିରୀକ୍ଷକ ଜଗା ମୁର୍ମୁ ପହଞ୍ଚି ପିଇଓ ଓ ସ୍ଥାନୀୟ ୱାର୍ଡ ସଭ୍ୟସଭ୍ୟା ଓ ହିତାଧିକାରୀଙ୍କ ସହିତ ଆଲୋନା କରି ଥିଲେ। ଟ୍ରକ୍ଗୁଡ଼ିକ ମଣ୍ଡିରୁ ଧାନ ଉଠାଣରେ ବ୍ୟସ୍ତ ରହିଥିବାରୁ ଚାଉଳ ଯୋଗାଣ ହୋଇ ପାରି ନାହିଁ ବୋଲି ଯୋଗାଣ ଅଧିକାରୀ ଶ୍ରୀ ମୁର୍ମୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/9c83cbc7-8eff-460e-bfa4-35be1f3f8fdb.jpeg)