ତହସିଲ ଅଫିସ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ ଅଫିସରେ ଶନିବାର ଅପରାହ୍ନରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କର୍ମଚାରୀଙ୍କ ନାମ ପ୍ରଶାନ୍ତ ଜେନା ଓ ଘର ସ୍ଥାନୀୟ ମାଷଡା ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କର୍ମଚାରୀ ଜଣକ ବେକରେ ରସି ଲଗାଇ ତହସିଲ ଅଫିସ୍‌ରେ ଝୁଲୁଥିବା ଅବସ୍ଥା ପୁଲିସ ଉଦ୍ଧାର କରିଛି। ଝୁୁଲୁଥିବା ଅବସ୍ଥାରେ ପ୍ରଶାନ୍ତ ଜେନାଙ୍କ ଗୋଡ ତଳେ ଲାଗିିଥିଲା ଓ ତଳେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ପାରିପାର୍ଶ୍ୱିକ ଦୃଶ୍ୟକୁ ଦେଖି କେହି ହତ୍ୟା କରି ଥାଆଇ ପାରନ୍ତି ବୋଲି ସନ୍ଦେହ କରାଯାଇଛି। ବିଂଝାରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର