ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ ଘଟଣା: ବିଦ୍ୟାଳୟ ଆଗରେ ଧାରଣା

ସିଂହପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଫତେପୁର ପଞ୍ଚାୟତ ବରୁଣେଇଁ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ ହେବା ଘଟଣାରେ ଆଜି ପରିଚାଳନା କମିଟି ହସ୍ତକ୍ଷେପ କରିଛି। ଏହାପରେ ପରିସ୍ଥିତି ସ୍ବାଭାବିକ ହୋଇଛି। ପ୍ରଧାନଶିକ୍ଷକଙ୍କ ଗିରଫ ଦାବିରେ ଆହତ ଛାତ୍ରଙ୍କ ପରିବାର ଲୋକେ ଆଜି ବିଦ୍ୟାଳୟରେ ହୋହଲ୍ଲା କରିବା ସହିତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବହୁ ସମୟ ଧରି ଅଟକ ରଖିଥିଲେ। ପରିବାର ଲୋକଙ୍କ ସମେତ କେତେକ ଗ୍ରାମବାସୀ ସ୍କୁଲ ବାହାରେ ବସିରହିଥିଲେ। ଏହାକୁ ନେଇ ଚାପା ଉେତ୍ତଜନା ଲାଗି ରହିଥିଲା। ଅପରାହ୍‌ଣରେ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସରପ‌ଞ୍ଚଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଆହତ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମାଡ଼ ମାରିବା ଘଟଣାର ତଦନ୍ତ କରିବାକୁ ଅଭିଭାବକଙ୍କ ମଧ୍ୟରେ ଦାବି ହୋଇଛି।

ସମ୍ବନ୍ଧିତ ଖବର