ଗାଡି ଯାଞ୍ଚରୁ ଟ୍ରାଫିକ ପୁଲିସ ଓ ବାଇକ ଚାଳକ ମୁହାଁମୁହିଁ

ଦୁଇ ମଦୁଆ ଟ୍ରାଫିକ ପୁଲିସ, ବାଇକ ଚାଳକ ଥାନାରେ ଅଟକ

ରାଉରକେଲା : ଗାଡି ଯାଞ୍ଚ ନାଁରେ ଗାଡି ଚାଳକଙ୍କୁ ଚାନ୍ଦା ମାଗିବା ଦୁଇ ଟ୍ରାଫିକ ପୁଲିସଙ୍କୁ ମହଙ୍ଗା ପଡିଛି l ସାଧାରଣ ଜନତା ମଦ ପିଇ ଡିୟୁଟି କରୁଥିବା ଦୁଇ ଟ୍ରାଫିକ ପୁଲିସଙ୍କୁ ଘେରି ଠେଲା ପେଲା କରିଥିଲେ l ଯାହାକୁ କେନ୍ଦ୍ର କରି ମୋଟର ବାଇକ ଚାଳକ ଓ ଟ୍ରାଫିକ ପୁଲିସ ମଧ୍ୟରେ ମାଡପିଟ ହୋଇଥିଲା l

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋଟର ବାଇକ ଚାଳକଙ୍କୁ ଗାଡ଼ିରେ ଉଠାଇ ନେବାରୁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୁଲିସର ଏକ ପାଖିଆ ନିଷ୍ପତିକୁ ବିରୋଧ କରି ପୁଲିସ ଗାଡିକୁ ଆଗକୁ ବଢିବାକୁ ଦେଇ ନ ଥିଲେ ସାଧାରଣ ଜନତା l ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥିତି ଅଣାୟତ୍ତ ହୋଇଥିଲା l ଏହାପରେ ଉଦିତନଗର, ଛେଣ୍ଡ ଥାନା ପୁଲିସ, ଟ୍ରାଫିକ ସହକାରୀ କମାଡାଂଟ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ଥିଲେ l

ମାତ୍ର ଦୁଇ ମଦୁଆ ଟ୍ରାଫିକ ପୁଲିସଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଅଡି ବସିଥିଲେ ସାଧାରଣ ଜନତା l ଶେଷରେ ଉଦିତନଗର ପୁଲିସ ଦୁଇ ଟ୍ରାଫିକ ପୁଲିସଙ୍କୁ ଧରି ଥାନାକୁ ନେବା ପରେ ସ୍ଥିତି ଶାନ୍ତ ପଡିଥିଲା l

ସମ୍ବନ୍ଧିତ ଖବର