ମୌଳିକ ଆବଶ୍ୟକତା ପୁରଣ କରିବାକୁ ଦାବି କରି ୬ଟି ସାହିର ଲୋକେ ପୌରପାଳିକାକୁ ଘେରିଲେ

ଜୟପୁର: ପବ୍ଲିକ ରାଇଟ୍‌ ଆସୋସିଏସନର ନେତୃତ୍ବରେ ଗୋପବନ୍ଧୁନଗର, ଛତ୍ରସାହି, ନାରାୟଣତୋଟା ସାହି, କୁନ୍ଦାରୀଗୁଡ଼ା, ବେଢ଼ା ସାହି, ବଙ୍ଗଳାବାଡ଼ର ଶତାଧିକ ଲୋକେ ଆଜି ଜୟପୁର ପୌରପାଳିକାକୁ ଘେରାଉ କରିଥିଲେ। ଏସବୁ ସାହି ଓ ବସ୍ତି ଅଂଚଳରେ ଲୋକଙ୍କ ଯିବା ଆସିବା ପାଇଁ ଭଲ ରାସ୍ତା, ନାଳ, କମ୍ୟୁନିଟି ହଲ୍, ପାନୀୟ ଜଳ, ଶ୍ମଶାନ ଆଦି କରାଯିବା ପାଇଁ ଦାବି କରି ଏକ ସ୍ମାରକପତ୍ର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହାକୁ ତାଙ୍କ ଅନୁପସ୍ଥିତିରେ ଷ୍ଟୋନୋ ଗୋପାଳ ସାହୁ ଗ୍ରହଣ କରିଥିଲେ।

Sambad

ବେଢ଼ାସାହି ଓ ବଙ୍ଗଳାବାଡ଼ର ବାସିନ୍ଦାଙ୍କ ପାଇଁ ଶ୍ମଶାନ ଦରକାର ବୋଲି ଦାବି କରିଥିଲେ। ବାରମ୍ବାର ଦାବି କରିବା ପରେ ବି ପୌରପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଏହି ସାହି ବାସିନ୍ଦା ମାନେ କହିଛନ୍ତି। ଏମାନଙ୍କୁ ପିଆରଏର ଅବିଭକ୍ତ କୋରାପୁଟ ଜିଲ୍ଲା ଅଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି, ଅମରଲାଲ ଆହୁଜା, ରମେଶ ବିଷୋୟୀ, କନ୍ଦର୍ପ ପାଣିଗ୍ରାହୀ, ପି.ନବୀନ, ସିମାଂଚଳ ସୁଆର ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର