ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଇଲାକାରେ ଲଗାତର ଚୋରି ଘଟଣାରେ ଲୋକେ ଅତିଷ୍ଟ ହୋଇ ଆଇନ୍କୁ ହାତକୁ ନେଇଛନ୍ତି। ଗତକାଲି ରାତି ଅଧରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଚଢ଼ିଆ ପଡ଼ା ଗାଁର ଲୋକେ ଜଣେ ଯୁବକଙ୍କ ଚୋରି ଅଭିଯୁକ୍ତ ଭାବେ କାବୁ କରି ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ ବାହାର ଅଞ୍ଚଳର ପିଲାମାନେ ମୋଟର ସାଇକେଲରେ ଆସି ଚୋରି କରି ଖସି ଯାଉଛନ୍ତି। ତେବେ ଗାଁ ଲୋକେ ଚୋରି ଅଭିଯୋଗରେ କାବୁ କରିଥିବା ଯୁବକଙ୍କୁ ସାତ ବେଣ୍ଟିଆ ଲଣ୍ଡା କରିବା ସହିତ ଗାଁ ବୁଲାଇଥିଲେ। ପରେ ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ ଗାଁରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କ ଠାରୁ ଅଭିଯୁକ୍ତଙ୍କ ଉଦ୍ଧାର କରି ଫାଣ୍ଡିକୁ ନେଇଛନ୍ତି। ଏହି ଘଟଣାରେ ପୁଲିସ ଏକ ମୋଟର ସାଇକେଲ ଜବତ କରିଛି।
ଭଞ୍ଜନଗର: ଚୋରି ଅଭିଯୁକ୍ତଙ୍କୁ ସାତବେଣ୍ଟିଆ କଲେ ଲୋକେ
/sambad/media/post_attachments/wp-content/uploads/2018/01/bhanjanagar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)