ଜୟପୁର: ଗତ ଦେଢ଼ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ନିର୍ମାଣ ସାରିଲା। ଏହା ପରେ ବି ବହୁ ହିତାଧିକାରୀ ପାଇବାକୁ ଥିବା ଏମଜିନରେଗା ଯୋଜନାର ପାଇବାକୁ ଥିବା ହଜାର ହଜାର ଟଙ୍କା ପାଇ ନାହାନ୍ତି। ଏଭଳି ବୋରିଗୁମ୍ମା ବ୍ଲକର ସର୍ଗିଗୁଡା ପଂଚାୟତର ବଡ଼ଦୁବୁଲି ଗାଁରେ ହୋଇଥିବା ହିତାଧିକାରୀମାନେ ଆଜି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହିତାଧିକାରୀ ପଦଲାମ ଗୌଡ ୧୨ହଜାର, ଦାମ ଗାଧବା ୧୪ହଜାର, ମଧୁ ଭୁମିଆ ୪ହଜାର, ଜଗତ ଗାଧବା ୧୦ହଜାର ଏମଜିନରେଗାରେ ଶ୍ରମିକ ମଜୁରୀ ଗତ ଦେଢ଼ବର୍ଷ ହେବ ପାଇ ନଥିବା ଅଭିଯୋଗ କରିଛନ୍ତି।
ସେଭଳି ତିରୁପତି ଗାଧବା, ଶ୍ୟାମ ଗୌଡ଼, କୃଷ୍ଣ ଗୌଡ଼, ଡମୁରୁ ଭୁମିଆ ଏମଜିନରେଗାରେ ପାଇବାକୁ ଥିବା ସମସ୍ତ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି। ଏହି ହିତାଧିକାରୀଙ୍କୁ ନେଇ ସମାଜସେବୀ ବି. ହରିରାଓ ଆଜି ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିଲେ। ପଂଚାୟତର ଜିଆରଏସଙ୍କ ନିକଟରେ ହିତାଧିକାରୀ ମାନେ ଅଭିଯୋଗ କରିବା ପରେ ସେ ଏମାନଙ୍କୁ ଗତ ଦେଢ଼ବର୍ଷ ହେବ ଆଜି କାଲି ଟଙ୍କା ଦେବାକୁ କହି ବୁଲାଇଥିଲେ। ପରେ ଆଉ ଟଙ୍କା ଦେଇନଥିବା ଏହି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ବୋରିଗୁମ୍ମା ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ବି ପଦକ୍ଷେପ ନେଇ ନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/jpr-hithodakariee-1.jpg)