ଜାଗରରେ ଉଜାଗର ରହିବେନି ଭକ୍ତ, ମହାଦ୍ବୀପ ଉଠାରେ ସାମିଲ ହୋଇପାରିବେନି ଭକ୍ତ

କେବଳ ଦିନରେ ମନ୍ଦିର ଯାଇପାରିବେ ଭକ୍ତକେବଳ ଦିନରେ ମନ୍ଦିର ଯାଇପାରିବେ ଭକ୍ତ

ବାରିପଦା: ମହାଶିବ ରାତ୍ରୀକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଜିଲ୍ଲାପ୍ରଶାସନ। ମହାଶିବ ରାତ୍ରୀ ଜାଗର ଅବସରରେ ଭିଡ଼ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ‌ଗୁରୁବାର ଦିନ ପଡ଼ୁଥିବା ଜାଗର ଅବସରରେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲା ରହିବ। ମାତ୍ର ରାତିରେ ଭକ୍ତଙ୍କୁ ମନ୍ଦିର ମନା। ମହାଦ୍ବୀପ ଉଠାବେଳେ କୌଣସି ଭକ୍ତ ଉପସ୍ଥିତ ରହିପାରିବେନି।

କେବଳ କମିଟି ସଦସ୍ୟ, ପୁରୋହିତ ଏବଂ ପୂଜକଙ୍କୁ ନେଇ ମହାଦ୍ବୀପ ରୀତିନୀତି ପାଳନ ହେବ। ତେବେ ଦିନ ବେଳେ ଭକ୍ତମାନେ କୋଭିହ୍‌ କଟକଣା ମଧ୍ୟରେ ମନ୍ଦିର ଯାଇ ଦର୍ଶନ କରିପାରିବେ। ଜାଗର ଅବସରରେ କୌଣସି ମେଳା ମହୋତ୍ସବ କିମ୍ବା ଦୋକାନ ବଜାର ପଡ଼ିପାରିବ ନାହିଁ। ଏନେଇ ସମସ୍ତ ତହସିଲଦାର ଏବଂ ପୁଲିସ୍ ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ସେହିପରି ଯିଏବି କୋଭିଡ୍‌ କଟକଣା ଉଂଲଘନ କରିବ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଛନ୍ତି। କରୋନା କାରଣରୁ ଭକ୍ତ ମାନ‌େ ଚଳିତ ଥର ଆଉ ଉଜାଗର ହୋଇପାରିବେ ନାହିଁ। ଯାହାକି ଭକ୍ତ ସମାଜକୁ ଆଘାତ ଦେଇଛି। ମାତ୍ର କରୋନା ମହାମାରୀରୁ ରକ୍ଷା ନିମନ୍ତେ ଏହା ଜରୁରୀ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର