ରାୟଗଡା: ଜିଲ୍ଲାର ସଂସ୍କୃତି ଓ ପରମ୍ପରା ତଥା ଏହି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଲିଚଳନ ଆଭିଜାତ୍ୟକୁ ନେଇ ଆରମ୍ଭ ହୋଇଥିଲା ଚଇତି ମହୋତ୍ସବ। କିନ୍ତୁ ଧୀରେଧୀରେ ଅଞ୍ଚଳର ପରମ୍ପରାକୁ ଦୂରେଇ ଦେବା ସହ ସ୍ଥାନୀୟ କଳାକାରଙ୍କୁ ଅଣଦେଖା କରିବା ଭଳି ନଜିର ରହିଛି। ଚଳିତ ବର୍ଷ ଚଇତି ଅୟୋଜନ ପାଇଁ ପୂର୍ବପ୍ରସ୍ତୁତି ବୈଠକରେ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସାମ୍ବାଦିକମାନେ ପୂର୍ବବର୍ଷ ଭଳି ଅନିୟମିତତାକୁ ଏଡ଼ାଇବା ପାଇଁ ପ୍ରଶାସନ ସମ୍ମୁଖରେ ଦୃଷ୍ଟି ଆକର୍ଷଣ କରାଇଥିଲେ। ଚଇତି ୨୦୨୩ ରେ ଯେପରି ସବୁ ବର୍ଷ ଭଳିଆ ଠକାମି ଦେଖିବାକୁ ନମିଳୁ ସେଥିପାଇଁ ଏକ ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଚଇତି ୨୦୨୨ରେ କଣ ଭୁଲ ହେଇଥିଲା ଓ ଚଇତି ୨୦୨୩ରେ ଯେପରି ଦୋହରାନଯାଏ ସେ ବିଷୟରେ ଅବଗତ କରାଇଥିଲେ।

Advertisment

ସଂସ୍କୃତି ଅଧିକାରୀଙ୍କ କାମକୁ ନାପସନ୍ଦ କରିବା ସହ ସେ ଟଂକା ଏପଟସେପଟ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଯଦିଓ ସ୍ମରଣିକା ‘ଚୈତନ୍ୟ’ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା, ତଥାପି ଗୋଟିଏ କପି ଜନସାଧାରଣଙ୍କୁ ବଣ୍ଟନ କରାଯାଇ ନାହିଁ। ଖାଦ୍ୟ ବଣ୍ଟନରେ ଅତ୍ୟଧିକ ଅପବ୍ୟବହାର କରାଯାଇଥିଲା। ତେଣୁ ପରବର୍ତ୍ତୀ ଚଇତି ୨୦୨୩ ବୈଠକ ଆସନ୍ତା ଡିସେମ୍ବର ମାସ ୨ ତାରିଖରେ ହେବାକୁ ନିର୍ଣ୍ଣୟ ହୋଇଥିବା ବେଳେ ଏହାକୁ ପରିଚାଳନା କରିବା ପୂର୍ବରୁ, ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସେଗୁଡିକ ହେଲା, ବରିଷ୍ଠ ନାଗରିକ, ଗଣମାଧ୍ୟମ ବ୍ୟକ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଇତ୍ୟାଦି ସମେତ ଦକ୍ଷ ଜନସାଧାରଣଙ୍କୁ ଜଡିତ ଏକ ଅର୍ଥ କମିଟି ଚଇତି-୨୦୨୩ ର ସମସ୍ତ ବିଲ୍ ଏବଂ ଭାଉଚରକୁ ଯାଞ୍ଚ ଏବଂ ଅନୁମୋଦନ କରିବାକୁ ହେବ।

ଚଇତି-୨୦୨୩ ପାଇଁ ତୁରନ୍ତ ଏକ ଯୋଜନା ଏବଂ ବଜେଟ୍ ଅଙ୍କନ କରାଯିବା ଆବଶ୍ୟକ, ଦକ୍ଷ କମିଟି ଦ୍ୱାରା ଅନୁମୋଦିତ ହେବା କଥା।ଜିଲ୍ଲା ସାଂସ୍କୃତିକ ପରିଷଦ (ଡିସିସି) ଏକ ପଞ୍ଜୀକୃତ ସଂସ୍ଥା ଏବଂ ଏହାର ଆକାଉଣ୍ଟଗୁଡିକ ତୁରନ୍ତ ଅଡିଟ୍ ହେବା ଉଚିତ।ଚଇତି ରାୟଗଡ଼ ଜିଲ୍ଲା ସାଧାରଣ ଙ୍କ କାର୍ଜ୍ୟକ୍ରମ ତେଣୁ ୮୦ % ସ୍ଥାନୀୟ କଳାକାରଙ୍କୁ ଓ ୨୦% ବାହାର କଳାକାରଙ୍କୁ ସୁଯୋଗ ଦେବାପାଇଁ ଦାବି କରାଯାଇଛି।ଏହି ଦାବିପତ୍ର ଦେବା ସମୟରେ କଂଗ୍ରେସ ନେତା ସୁନୀଲ ପଣ୍ଡା, ବରିଷ୍ଠ ସାମ୍ବାଦିକ ଡାକ୍ତର ବାଦଲ କୁମାର ତାହା, ରଞ୍ଜନ ରଥ, ଗୋପ ରଞ୍ଜନ ବକ୍ସିପାତ୍ର, ଯୋଗେଶ୍ଵର ଦାସ, ଅଜୟ ରଥ, ରଶ୍ମୀ ରଞ୍ଜନ, ଦୋରା, ରବୀନ୍ଦ୍ର ପାଟଖଣ୍ଡଳ, ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା, ଗଣେଶ୍ୱର ସାହୁ ଓ ଏମ ବିଦ୍ୟା ସାଗର ପ୍ରମୁଖ ଉପସ୍ଥିତ ଥିଲେ।