ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ପଞ୍ଚାୟତ ମଧ୍ୟରୁ ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ପଞ୍ଚାୟତ ହେଉଛି ପଣସପୁଟ। ଏହି ପଞ୍ଚାୟତରେ ପ୍ରାୟ ୨୨ଟି ଗ୍ରାମ ରହିଛି। ତେବେ ଏହି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଠିକ ରୂପେ ପହଞ୍ଚିପାରୁନଥିବା ନେଇ ଆଜି ପଣସପୁଟ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପଣସପୁଟ ପଞ୍ଚାୟତରର ଜାମଗୁଡା ଠାରୁ ଆନ୍ଧ୍ର ବଡର ପର୍ଯ୍ୟନ୍ତ ହେଉଥିବା ରାସ୍ତାର କାମ ଅତି ନିମ୍ନମାନର।
ସେହିପରି ଜାମଗୁଡା ଠାରୁ ଡବଲାଗୁଡା ରାସ୍ତା ମଧ୍ୟ ଅତି ନିମ୍ନମାନର ତିଆରି ହେଉଛି। ଏନେଇ ଠିକାଦାରଙ୍କୁ ଅଭିଯୋଗ କଲେ ସେ ଆମକୁ ଧମକଚମକ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହିପରି ସ୍ବାସ୍ଥ୍ୟ ସେବା ପଣସପୁଟ ପଞ୍ଚାୟତରେ ନଥିବା ବେଳେ ଏହି ପଞ୍ଚାୟତବାସୀ ବହୁ ହଇରାଣ ହେଉଥିବା କହିଛନ୍ତି। ରୋଗ ହେଲେ ପଡୋଶୀ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡୁଥିବା କହିଛନ୍ତି। ସେଠାରେ ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଯାଉଛି। ଆମେମାନେ ଦିନ ମଜୁରିଆ ହୋଇଥିବାରୁ ସେହି ଖର୍ଚ୍ଚ ତୁଲାଇବାଗକୁ ଆମେ ସକ୍ଷମ ହୋଇପାରୁନାହୁଁ। ଆମ ଅଂଚଳରେ ଯଦି ସ୍ବାସ୍ଥ୍ୟ କେନ୍ଦ୍ର ତିଆରି କରାଯାଏ ତେବେ ଏହି ଅଂଚଳବାସୀ ଉପକୃତ ହୋଇପାରନ୍ତେ।ଗତ ତିନି ଦଶନ୍ଧି ହେଲା ପଣସପୁଟ ପଞ୍ଚାୟତରେ ପଶୁ ଚିକିତ୍ସା କରାଯାଉ ନାହିଁ। ଗାଈଗୋରୁ, ଛେଳିମେଣ୍ଢା ଆଦି ବର୍ଷାଦିନେ ନାନା ରୋଗରେ ପଢି ମରୁଛନ୍ତି। ତେଣୁ ପଞ୍ଚାୟତରେ ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଉ।ଶିକ୍ଷାର ସମସ୍ୟା ନକହିବା ଭଲ।
ଏଠାରେ ଶିକ୍ଷାର ଅବସ୍ଥା ଏକ ପ୍ରକାର ଦୟନୀୟ ହୋଇପଡିଛି।ଶିକ୍ଷା ବ୍ୟବସ୍ଥାକୁ ଠିକ କରିବା ପାଇଁ ଅନୁରୋଧ।ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ନଳକୂପ ରହିଛି,କିନ୍ତୁ ସେହି ପାଣି ପିଇବା ଯୋଗ୍ୟ ନୁହେଁ। କେଉଁ ଗାଁରେ ନଳକୂପ ଖରାପ ହୋଇ ପଡିଛି ତ ଆଉ କେଉଁ ଗାଁରେ ଲୌହ ମିଶ୍ରିତ ପାଣି ବାହାରୁଛି। ଯାହାକି ପିଇବା ଯୋଗ୍ୟ ନୁହେଁ।ପଣସପୁଟ ପଞ୍ଚାୟତ ଠାରୁ ୩ କିଲୋମିଟର ଦୁରରେ ବାଲିମେଳା ଜଳଭଣ୍ଡାର ରହିଛି। ସେଠାରୁ ପାଣି ଆଣି ଗାଁଗୁଡିକରେ ଟ୍ୟାଙ୍କ କରି ପାଣି ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାୟତବାସୀ।ସରକାରଙ୍କର ବିଭିନ୍ନ ଯୋଜନାରେ ବ୍ୟାଙ୍କରୁ ଟଂକା ଉଠାଇବାକୁ ପଡୁଛି।ତେବେ ଏଥିପାଇଁ ଚିତ୍ରକୋଣ୍ଡାକୁ ଯିବାକୁ ପଡୁଛି।
ବୃଦ୍ଧ ଓ ବୃଦ୍ଧାମାନେ ଚିତ୍ରକୋଣ୍ଡା ଯାଇ ଟଂକା ଉଠାଇବା ମୁସକିଲ ହେଉଛି। ତେଣୁ ତିନୋଟି ପଞ୍ଚାୟତକୁ ମିଶାଇ ଏକ ଷ୍ଟେଟ ବ୍ୟାଙ୍କ ଶାଖା ନିର୍ମାଣ କରାଯାଉ। ସରକାରଙ୍କ ଦ୍ବାରା ଦିଆଯାଉଥିବା ଇନ୍ଦିରା ଆବାସ ହେଉ ବା ଅନ୍ୟ କୌଣସି ଘର ତିଆରି କାମ ହେଉ ଇଟା ଓ ବାଲି ପାଇଁ ବହୁ ଅସୁବିଧା ହେଉଛୁ। ତହସିଲଦାର ମହାଶୟ ଯଦି ଏନେଇ ସହଯୋଗ କରନ୍ତେ ତେବେ ସୁବିଧାରେ ଘର ନିର୍ମାଣ କରାଯାଇପାରନ୍ତା ବୋଲି ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Mkg-cut-off-area-ra-Panasput-GP-villager.jpg)