ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ପ୍ରସ୍ତାବିତ ଜନ ଶୁଣାଣିକୁ ବିରୋଧ, ପୁଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ

କୁତ୍ରା: ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁର ବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ  । ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ସ୍ଥାନୀୟ ଲୋକେ  । ଖଣି ସଂପ୍ରସାରଣ ପାଇଁ କେଶରାମାଲ ଓ ଝଗରପୁର ପଞ୍ଚାୟତରେ ଆଜି ଜନ ଶୁଣାଣି ହେବାର ଅଛି  । ତେଣୁ ଉଭୟ ସ୍ଥାନରେ ରାସ୍ତା ଅବରୋଧ କରି ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ  ।

ସୁନ୍ଦରଗଡ଼ କୁତ୍ରା ତେଲିଘଣାରେ ଜିନ୍ଦଲ କମ୍ପାନିର ସିମେଣ୍ଟ କାରଖାନା ପାଇଁ ଖତକୁର ବାହାଲରେ ଥିବା ଚୂନ ପଥର ଖଣି ବାବଦକୁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ହେବ  । ତେଣୁ ସେନେଇ ଆଜି ପରିବେଶ ସମ୍ପର୍କିତ ଜନଶୁଣାଣି ହେବାର ଅଛି । ହେଲେ ଏହି ଜନଶୁଣାଣିକୁ ବିରୋଧ କରିବା ପାଇଁ ଆଦିବାସୀମାନେ ଅଣ୍ଟା ଭିଡିଛନ୍ତି  । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଜମି ଅଧିଗ୍ରହଣକୁ ବିରୋଧ କରିବା ସହ ଜନ ଶୁଣାଣି କରାଇଦେବୁନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର