କୋରାପୁଟ: ଜ୍ବରରେ କମ୍ପୁଛି ଗାଁ ଠୁ ସହର

କୋରାପୁଟ: ଦିନେ ନୁହେଁ କି ଦୁଇଦିନ ନୁହେଁ ୧୦ରୁ ଅଧିକ ଦିନ ହେବ ଜ୍ବରରେ କମ୍ପୁଛି କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ସହ ସହର। ଘରେ ଘରେ ଖୁଁ ଖୁଁ ଶୁଣିବାକୁ ମିଳୁଥିବାବେଳେ ଆଜି ୯ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ଜିଲ୍ଲାରେ ୯୩ ଜଣ କୋରାନା ସହ ଲଢୁଥିବାବେଳେ ଜୟପୁର ପୌରପାଳିକାରୁ ଦୁଇଜଣ, ଜୟପୁର ବ୍ଲକରୁ ୩ ଜଣ, କୋରାପୁଟରୁ ୩ ଜଣ ଓ ଲକ୍ଷ୍ମୀପୁରରୁ ଜଣଙ୍କର ରିପୋର୍ଟ ପିଜିଟିଭ୍‌ ଆସିଥିବା ଜଣାପଡିଛି। ଜିଲ୍ଲାରେ ଏବେ ଯାଏ ୨୩ହଜାର ୯୦୨ ଜଣଙ୍କର ରିପୋର୍ଟ ପିଜିଟିଭ୍‌ ଆସିଥିବାବେଳେ ୨୩ହଜାର ୭୨୦ଜଣ କରୋନା ସହ ଲଢି ହରାଇଛନ୍ତି। ତେବେ କରୋନା ଆଁରେ ୮୪ ଜଣ ମୃତ୍ୟୁମୁଖରେ ପଡିଛନ୍ତି।

କୋରାପୁଟ ଜିଲ୍ଲାରେ କରୋନାର ପ୍ରଥମ ଲହରରେ ଯେଉଁ ଗାଁ ଗୁଡିକୁ କରୋନା ଛୁଇଁ ପାରୁ ନଥିଲା ସେହି ଗାଁ ଗୁଡିକ‌ରେ ରହୁଥିବା ଆଦିବାସୀ, ହରିଜନ ଓ ପରଜା ଅଧିବାସୀଭଙ୍କୁ ଭୀଷଣ ଜ୍ବର। ଏହାସହ ଖାସ ଓ ଦୁର୍ବଳତା ଲାଗି ରହିଛି। ହେଲେ ଭୟରେ ରହୁଥିବାବେଳେ ଡାକ୍ତରଖାନାକୁ ଆସୁ ନଥିବା ଜଣାପଡିଛି। ଜଣକୁ ଜଣ ହୋଇ ଗାଁ ଯାକ ଲୋକଙ୍କୁ ଜ୍ବର ମାଡି ବସିଥିବାବେଳେ ଭୟବୀତ ଅବସ୍ଥାରେ ଲୋକେ ରହୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର