ଜୟପୁର: ଆଜି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ ମାଲପରିବହନ କରୁଥିବା ଭ୍ୟାନର ଉପରେ ବିପଦସଂକୁଳ ଅବସ୍ଥାରେ ୪ଜଣଙ୍କୁ ନେଉଥିବା ବେଳେ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଧରିଛି। ଭ୍ୟାନକୁ ଥାନାକୁ ନେଇ ଅଟକ ରଖିଛି। ଗତ ତିନି ଦଳ ତଳେ ଛତିଶଗଡର କୁଚେଲାରୁ କୋଟପାଡର ମୂର୍ତ୍ତାହାଣ୍ଡି ଦଶାହକାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ପିକ୍ଅପ୍ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୧୧ଜଣ ଗୁରୁତର ଆହତ ହୋଇଥିଲେ। ଏହା ପୂର୍ବରୁ ବି ଏଭଳି ମାଲ ପରିବହନକାରୀ ଯାନ ଗୁଡିକରେ ଯାତ୍ରୀ ପରିବହନ କରି ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଧନଜୀବନହାନି ହେବା ନଜିର ରହିଛି। ଠିକ୍ ସେଭଳି ଜୟପୁର ସହର ଉପକଣ୍ଟରେ ଥିବା ବିଭିନ୍ନ କାଜୁ ମିଲ ଗୁଡ଼ିକରୁ ବି ଏଭଳି ମହିଳା ଶ୍ରମିକଙ୍କୁ ସକାଳୁ ଆଣିବା ଏବଂ ଗାଁ ଗୁଡିକୁ ନେଇ ଛାଡୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏହା ଉପରେ ଅଙ୍କୁଶ ଲଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ମାଲ୍ ପରିବହନ ଗାଡିରେ ଯାତ୍ରୀ ପରିବହନ: ଗୋଟିଏ ଗାଡ଼ିକୁ ଧରିଲା ପୁଲିସ
/sambad/media/post_attachments/wp-content/uploads/2021/02/jpr-police-darpogad-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)