ଜୟପୁର: ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ଅବସର ନେବା ପରେ ତାଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଟଙ୍କା ପାଇବା ତାଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର। ତେବେ ଏହାକୁ ହନନ୍ କରାଯାଇଛି। ଅବସର ନେବାର ଗତ ୨ବର୍ଷ ପରେ ବି ମୋ ବକେୟା ଟଙ୍କା କାହିଁକି କାଗଜକଳ ଦେଉ ନାହିଁ। ମୋ ଦେହ ସଂପୁର୍ଣ୍ଣ ଅସୁସ୍ଥ। ଉତ୍ତମ ଚିକିତ୍ସା କରିବାକୁ ମୋ ନିଜ ଟଙ୍କା ରହି ବି ମୁଁ କରାଇ ପାରୁନି। ମୁଁ କେତେବେଳେ ଏହି ସ୍ଥିତିରେ ମୋ ଅନ୍ୟ ସହକର୍ମୀଙ୍କ ଭଳି ଆରପାରିକୁ ଚାଳି ଯିବି। ମୋ ପିଲା ଛୁଆ ପରିବାର ଭାସିଯିବେ। ଏଭଳି କହିଛନ୍ତି କାଗଜକଳରେ ଅପରେଟରଙ୍କ ହେଲପର ଭାବେ କାମ କରି ଗତ ୨ବର୍ଷ ତଳେ ଅବସର ନେଇଥିବା କାଳିଆ ଗାଁର ଧବୁଳୁ ବାଘ। ସେ ଆଜି ସ୍ଥାନୀୟ କାଗଜକଳ ସମ୍ମୁଖ ଗେଟରେ ପ୍ରବଳ ଧୁ ଧୁ ଖରାରେ ଧାରଣା ଦେଇଥିଲେ।
ଗତ କାଲି ଠାରୁ ସେ ଧାରଣା ଦେବା ଆରମ୍ଭ କରିଥିଲେ ହେଁ ତାଙ୍କୁ ଗେଟର ସୁରକ୍ଷା କର୍ମୀ ମାନେ କାଗଜକଳକୁ ପରିଚାଳନା କରୁଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ସୁଯୋଗ ଦେଉନଥିଲେ। କିନ୍ତୁ ଧବଳୁ ଆଜି ସକାଳ ଠାରୁ କାଗଜଳ କଳ ମୁଖ୍ୟଗେଟ୍ ସମ୍ମୁଖରେ ନିଜ ଧାରଣା ଆରମ୍ଭ କରିଥିଲେ। ମୋ ନିଜ ଟଙ୍କା ପାଇଁ ପୁଣି ଆନ୍ଦୋଳନ ଧାରଣା ଦେବାକୁ ମୋତେ ପଡ଼ିବ କି ବୋଲି ପ୍ରଶ୍ନ କରିଥିଲେ। ସେ ତାଙ୍କ ସ୍ତ୍ରୀ ଓ ପୁଅ ମାନଙ୍କୁ ଆଣି ଧାରଣା ଦେଇଥିଲେ। ଧବୁଲୁଙ୍କ ଦେହ ସଂପୁର୍ଣ୍ଣ ଅସୁସ୍ଥ। ତାଙ୍କୁ କାଗଜକଳ ଗତ ୧୭ମାସର ଦରମା, ପ୍ରୋଭିଡେଣ୍ଟ ଫଣ୍ଡ ୫ଲକ୍ଷ, ଗ୍ରାଚ୍ୟୁଟି ୪ଲକ୍ଷ ଦେବା ବାକି ରହିଛି। ଏତକ ଟଙ୍କା ମିଳିଥିଲେ ସେ ବାହାରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତେ ବୋଲି କହିଛନ୍ତି ଧବୁଲୁ। ଧବୁଲୁଙ୍କ ଭଳି ଅନ୍ୟ ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକା ଅବସ୍ଥା। କାହିଁକି ଓ କେଉଁ ପରିସ୍ଥିତିରେ କାଗଜକଳ ପରିଚାଳନା କର୍ତ୍ତୃପକ୍ଷ ବକେୟା ଦେଉ ନାର୍ହି ତାହାକୁ ନେଇ ଶ୍ରମିକ ମାନେ ବି ଆଶ୍ଚର୍ଯ୍ୟନ୍ବିତ। ବାରମ୍ବାର ଜିଲ୍ଲାପ୍ରଶାସନ, ଜିଲ୍ଲା ଶ୍ରମିକ ବିଭାଗ ପକ୍ଷରୁ ପରିଚାଳନା କର୍ତ୍ତୃପକ୍ଷକୁ କଡ଼ା ତାଗିଦ୍ ଓ ଚିଠି କରିବା ପରେ ମଧ୍ୟ ବକେୟା ପ୍ରତିଶତ ଫେରାଇବୁ ବୋଲି କହି କାହଁକି ଫେରାଉ ନାହିଁ ବୋଲି ଜିଲ୍ଲାଶ୍ରମ ଅଧିକାରୀ ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୌଣସି କର୍ମଚାରୀ ଯଦି ବକେୟା ନ ପାଇ ଏହାର ମଧ୍ୟରେ ମୃତାହତ ହେଲେ ଅବସରପ୍ରାପ୍ତ ଓକର୍ମଚାରୀ ସମନ୍ବୟ ସଂଘ ପକ୍ଷରୁ ଆଇନର ଆଶ୍ରୟ ନେବୁ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ନେତା ପ୍ରମୋଦ ମହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/38-6.jpg)