ମାଲକାନଗିରିରେ ହୁହୁ ହୋଇ ବଢ଼ୁଛି ପେଟ୍ରୋଲ ଦର; ୯୧.୪୨ ଟଙ୍କା ପେଟ୍ରୋଲ ଏବଂ ଡିଜେଲ ୮୭.୫୫ ଟଙ୍କା ରହିଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ଓଡିଶାରେ ସର୍ବାଧିକ ରେକର୍ଡ କରାଯାଇଛି। ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୧.୪୨ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୭.୫୫ ଟଙ୍କା ରହିଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ଯେଉଁଠି ଲୋକେ ୨ ଶହ ଟଙ୍କାର ପେଟ୍ରୋଲ ନିଜର ବାଇକରେ ପକାଉଥିଲେ ସେଠାରେ ଏବେ ମାତ୍ର ୫୦ ଟଙ୍କାରେ ତେଲ ପକାଉଥିବାର ଦେଖିବାକୁ ମିଳୁଛି।

ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ଲୋକେ ସାଇକେଲ କିଣି ସାଇକେଲରେ ଅଫିସ ଯିବା ଆସିବା କରିବା ସହ ଅନ୍ୟାନ୍ୟ କାମ କରୁଥିବା ଦେଖିବାକୁ ମିଳିଛି। ପେଟ୍ରୋଲ ଏବଂ ଜିଡେଲ ଦର ବଢୁଥିବାରୁ ଏହାର ପ୍ରଭାବ ଅନ୍ୟ ଜିନିଷ ଗୁଡିକ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଆଉ କିଛି ଦିନ ଗଲାପରେ ହୁଏତ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରେ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି। ଯାହାଫଳରେ ସାଧାରଣ ଲୋକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଉପାନ୍ତ ଏବଂ ଅନୁନ୍ନତ ଜିଲ୍ଲା ହୋଇଥିବା ବେଳେ ଏଠାରେ ଗରିବରୁ ଅତି ଗରିବ ଶ୍ରେଣୀର ଲୋକେ ବାସ କରନ୍ତି। ତେବେ ପେଟ୍ରୋଲ ଏବଂ ଡିଜେଲ ଦର ତୁରନ୍ତ କମାଇବା ନେଇ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର