ରାଉରକେଲା : ଜଗଦାସ୍ଥିତ ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ଝିରପାଣି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବିଶ୍ରା ନୂଆ ବସ୍ତିର ଅମନ ରାଜା ଓ ଇଜାଜ ଅଂସାରୀ l ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ,ଅଫୁଟା ଗୁଳି,ଦୁଇଟି ସ୍କୁଟି, ନଗଦ ୪୯ ହଜାର ଟଙ୍କା,ଭୂଜାଲି ଜବତ ହୋଇଛି l
ସୂଚନାଯୋଗ୍ୟ, ଗତ ୨୧ତାରିଖରେ ପେଟ୍ରୋଲ ପମ୍ପରୁ ଅମନ ରାଜା ଓ ଇଜାଜ ଅଂସାରୀ ଲୁଟ କରିଥିଲେ l ରାତି ପ୍ରାୟ ୧୦ଟାରେ ଦୁଇଟି ସ୍କୁଟିରେ ୫ଜଣ ଦୁର୍ବୃତ୍ତ ଜଗଦାସ୍ଥିତ ‘ ଓରାମ ଫିଲିଂ ଷ୍ଟେସନ’ରେ ପହଞ୍ଚିଥିଲେ। ଦୁଇ ଯୁବକଙ୍କ ହାତରେ ବନ୍ଧୁକ ଓ ଅନ୍ୟମାନଙ୍କ ହାତରେ ଭୂଜାଲି ଥିଲା। ସେମାନେ କ୍ୟାସ୍ କାଉଣ୍ଟର ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବାକୁ ଧମକ ଦେଇଥିଲେ। ଜୀବନ ଭୟରେ କର୍ମଚାରୀ ଜଣକ କ୍ୟାସ୍ କାଉଣ୍ଟର ଖୋଲି ଦେଇଥିଲେ। ସେମାନେ କାଉଣ୍ଟର ଭିତରୁ ୭୦ ହଜାରରୁ ଅଧିକ ଟଙ୍କା ଲୁଟ କରି ସେଠାରୁ ଚମ୍ପଟ ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/2a311fb9-5ba2-49ec-b242-a51565883695.jpg)