କର୍ମଚାରୀଙ୍କ ଅବହେଳାରୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ଘଟଣା, ନୂଆପଡ଼ା ପେକ୍ସ ସଂପାଦକ ନିଲମ୍ବିତ, ୩ ଡିଇଓ ବହିଷ୍କାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦରରେ ସମବାୟ ସମିତି (ପେକ୍ସ) କର୍ମଚାରୀଙ୍କ ଅବହେଳା ହେତୁ ଚଳିତ ବର୍ଷ ରବି ଧାନ ବିକି ପାରିବେନି ୨୮୬ ଜଣ ଚାଷୀ | ଘଟଣା ବାବଦରେ ଆଜି ସମ୍ବାଦରେ ପ୍ରକାଶ ହେବା ପରେ ନୂଆପଡ଼ା ଜିଲ୍ଲାପାଳ ନୂଆପଡ଼ା ପେକ୍ସ ସଂପାଦକଙ୍କୁ ନିଲମ୍ବିତ କରିବା ସହ ୨ ଜଣ ଡିଇଓଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ରବି ଚାଷ ପାଇଁ ନୂଆପଡ଼ା ପେକ୍ସ ରେ ୬୦୦ ଜଣ ଚାଷୀ ପଞ୍ଜିକୃତ କରିଥିଲେ। ଏହି ଚାଷୀମାନଙ୍କ ତଦନ୍ତ କରି ରିପୋର୍ଟ ପେକ୍ସ ଯୋଗାଣ ବିଭାଗକୁ ଦେବା କଥା |

ହେଲେ ପେକ୍ସର କର୍ମଚାରୀଙ୍କ ଅବହେଳା ଯୋଗୁଁ ୨୮୬ ଜଣ ଚାଷୀ ରବି ଧାନ ବିକ୍ରି କରିବାକୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ କାଲି ନୂଆପଡ଼ା ପେକ୍ସର ଚାଷୀମାନେ ଯୋଗାଣ ଅଧିକାରୀ ଅଫିସ ଘେରାଉ କରିଥିଲେ। ଏହି ଘଟଣା ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନଂ ୫୮୮/ ୧/୬/୨୧ ନୂଆପଡ଼ା ପେକ୍ସ ସଂପାଦକ ‌ଦୟଲାଲ ସାହୁଙ୍କୁ ନିଲମ୍ବିତ କରିଛନ୍ତି।

ସେପରି ଚିଠି ନଂ ୫୯୬/ ୧/୬/୨୧ ‌ନୂଆପଡ଼ା ପେକ୍ସର ଡିଇଓ ଦିନେଶ ସାହୁ ଓ ରୋହିତ ସାହୁ ନୂଆପଡ଼ା ପେକ୍ସର ୨୮୬ ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟ ଅଧିକାରୀଙ୍କୁ ଧାର୍ଯ୍ୟ ସୀମା ମଧ୍ୟରେ ‌ଦେଇନଥିବାରୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେହିପରି ତୁକୁଲା ପେକ୍ସରେ ମଧ୍ୟ ଚାଷୀ ମାନଙ୍କ ତଦନ୍ତ ରିପୋର୍ଟ ଅଧିକାରୀଙ୍କୁ ଦେଇନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୂଆପଡ଼ା ‌ଏଆରସିଏସ ଅଫିସ ଚିଠି ନଂ ୬୦୨/ ୧୬/୨୧ ରେ ନିଳୀକଣ୍ଠ ବେହେରାଙ୍କୁ ମଧ୍ୟ ବହିଷ୍କାର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର