ଜୟପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବରିଷ୍ଠ କଳାକାର ତଥା ସଂଗୀତ ନିର୍ଦ୍ଦେଶକ ଧିରେନ ମୋହନ ପଟନାୟକଙ୍କ ନିଜସ୍ୱ ରଚନା ଏବଂ ସ୍ୱର ସଂଯୋଜନା ରେ ଏକ ସୁସଧୁର ଭଜନ ‘‘ଫେରି ଆସ କୃଷ୍ଣ’’ ଷ୍ଟୁଡିଓ ୱେଭସ ୟୁ ଟ୍ୟୁବ ଚାନେଲରେ ଶୁଭମୁକ୍ତି ଲାଭ କରିଛି। ଏହି ଗୀତଟିକୁ ଆକାଶବାଣୀର କଳାକାର ତଥା ଲୋକପ୍ରିୟ ଗାୟିକା ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା ଗାଇଛନ୍ତି। ଏଇ ଗୀତରେ ଜୟପୁରର ବାଦ୍ୟ ଯନ୍ତ୍ର ଶିଳ୍ପୀ ମାନେ ସୁଶାନ୍ତ କୁମାର ଅଧିକାରୀ ତବଲା, ଉମେଶ ପାଣିଗ୍ରାହୀ ଢୋଲକ, ମହେଶ୍ୱର ନାୟକ କିବୋର୍ଡ଼, ସୁକମନ ସଗଡ଼ିଆ ହେଣ୍ଡ ସୋନିକ ଏବଂ ଧିରେନ ପଟନାୟକ ବଂଶୀ ବଜାଇ ସହାୟତା କରିଥିଲେ। ଏହି ଗୀତକୁ ଜୟପୁରର ଷ୍ଟୁଡିଓ ୱେଭସରେ ପିୟୁଷ ପଟନାୟକଙ୍କ ଦ୍ୱାରା ରେକଡିଙ୍ଗ ଏବଂ ମିକ୍ସିଙ୍ଗ କରାଯାଇଛି।
ଭକ୍ତିଗୀତ ‘‘ଫେରିଆସ ଶ୍ରୀକୃଷ୍ଣ’’ ମୁକ୍ତିଲାଭ କଲା
/sambad/media/post_attachments/wp-content/uploads/2023/11/jpr-periee-asho-krushna.jpg)