ମୟୂରଭଞ୍ଜ:: ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଫୁଲ୍’କୁ ସଫଳତା ମିଳିଛି। ଏହା ଅନ୍ତର୍ଜାତୀୟ ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍’ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଅନ୍ଧାରୀ ଗ୍ରାମର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ଯୁବ ସାମ୍ବାଦିକ ରୁଦ୍ରରଂଜନ ଶେଜପଡ଼ାଙ୍କ ଏହି ଚଳଚ୍ଚିତ୍ର ମୃତ୍ତିକା ସଂରକ୍ଷଣ ଉପରେ ଆଧାରିତ।
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବାଲେଶ୍ବରର ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଅଭିନୟ କରିଛନ୍ତି। ସୂଚନା ଥାଉକି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ଶେଜପଡ଼ା ଏକାଧିକ ରାଜ୍ୟ ଓ ଜାତୀୟସ୍ତରର ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କର ହିନ୍ଦୀ ଚଳଚ୍ଚିତ୍ର ‘ଏକ୍ ଇଡିୟଟ୍’କୁ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ଏବଂ ଇଂରାଜୀ ଚଳଚ୍ଚିତ୍ର ‘ଆଇଡେଣ୍ଟିଟି’କୁ ଗୋଟିଏ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/f0cef718-8a56-45ff-9745-92f65015a020.jpg)