ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ନାବାଳକକୁ ଏକ ଟ୍ୟୁସନ୍ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସହରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ବେଳେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହିଁ । ଅଭିଯୋଗ ଅନୁସାରେ, ୧୮ ତାରିଖ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଜଣେ ୧୦ ବର୍ଷର ନାବାଳକୁ ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ଟ୍ୟୁସନ ଶିକ୍ଷକ ବଳପୂର୍ବକ ନିଜ ଘରକୁ ନେଇ ଅପ୍ରାକୃତିକ ଯୌନକ୍ରିୟା କରିବାକୁ ଚେଷ୍ଟା କରିଥିଲା। ତେବେ କୌଣସି ମତେ ନାବାଳକ ଜଣକ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା। ସେହିଦିନ ଠାରୁ ସେ ଅସୁସ୍ଥ ହୋଇପଡ଼ିଲା।

ଆଜି ଏନେଇ ପରିବାର ଲୋକ ପଚାରିବାରେ ସେ ଘଟଣା ସମ୍ପର୍କରେ କହିଥିଲା। ଏହାପରେ ନାବାଳକର ପିତା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି। ତେବେ ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀଙ୍କୁ ପଚାରିବାରେ ସନ୍ଧ୍ୟା ପୂର୍ବରୁ ଏଭଳି କୌଣସି ଅଭିଯୋଗ ହୋଇନଥିବା ଓ ପରେ ହୋଇଥିବ କି ନାହିଁ ସେ ପଚାରି କହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର