ପୁରୀ: ଟ୍ରକ୍‌ ଧକ୍କାରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ

ପୁରୀ: ଆଜି ସକାଳୁ ପୁରୀ ମାଳତିପାଟପୁର ବସଷ୍ଟାଣ୍ଡ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରକ ଦୁଇଜଣ ବାଇକ ଆରୋହୀଙ୍କୁ ଧକ୍କା ଦେବାକୁ ଘଟଣାସ୍ଥଳରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୁତୁରା ଏଥିର ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ନଟବରପୁର ଗାଁର ଦିବ୍ୟାଙ୍ଗ ଯୁବକ ସୁମନ୍ତ ରଣା( ୩୮ ବର୍ଷ) ଓ ତାଙ୍କ ପୁତୁରା ଟୁନା ମହାପାତ୍ର(୨୪ ବର୍ଷ) ଏକ ବାଇକ୍‌ ଯୋଗେ ପୁରୀ ଯାଉଥିବା ବେଳେ ସେମାନଙ୍କୁ ମାଳତି ପାଟପୁର ବସଷ୍ଟାଣ୍ଡ ନିକଟରେ ପୁରୀରୁ ଭୁବନେଶ୍ୱର ଯାଉଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ରଣାଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର