ପିଆଇବି ଏଡିଜିଙ୍କ ଇଂଚୁଡ଼ି ଲବଣ ସତ୍ୟାଗ୍ରହ ସହିଦ ସ୍ମୃତିପୀଠ ପରିଦର୍ଶନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସୃତିପୀଠ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭର ଜୀବନ୍ତ ମୂକସାକ୍ଷୀ ଭାବେ ଦଣ୍ତାୟମାନ ହୋଇ ରହିଛି। ଆଗାମୀ ବଂଶଧର ମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହୋଇରହିବ ବୋଲି ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ କହିଛନ୍ତି।

ଆଜି ସକାଳେ ଶ୍ରୀ ଚୌଧୁରୀ ଇଞ୍ଚୁଡ଼ିଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ବାଧିନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେ କହିଲେ ଯେ,ସ୍ବାଧିନତା ଆନ୍ଦୋଳନରେ ଭାଗ ନେଇ ପ୍ରବଳ ପରାକ୍ରମୀ ଇଂରେଜ ସରକାରଙ୍କ ଶାସନର ଅବସାନ ଘଟାଇଥିବା ସ୍ବାଧିନତା ସଂଗ୍ରାମୀଙ୍କର ସଂଗ୍ରାମର ସ୍ମୃତି ଆମକୁ ଆଜି ୭୫ବର୍ଷ ପରେ ବି ଇଂଚୁଡ଼ି ମାଟି ମନେ ପକେଇ ଦେଉଛି। ଆଜି ଦେଶବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି ବୋଲି ସେ କହିଥିଲେ। ଏହା ବ୍ୟତୀତ ଶ୍ରୀ ଚୌଧୁରୀ ଲବଣ ସତ୍ୟାଗ୍ରହ ସୃତି ବିଦ୍ୟାପୀଠ, ଇଞ୍ଚୁଡି ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି କମିଟିର ସଭାପତି ସର୍ବେଶ୍ଵର ଦାସ, ବାଲେଶ୍ୱର ଜିଲ୍ଲା କ୍ଷେତ୍ର ଜନସମ୍ପର୍କ ଅଧିକାରୀ ନିର୍ମାଲ୍ୟ ବେହେରା, ଖଗେଶ ବାଇପାଇ , ଲବଣ ସତ୍ୟାଗ୍ରହ ସୃତି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା, ସହକାରୀ ଶିକ୍ଷକ ହରିଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର