୨ଲକ୍ଷର କାଠ ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଜଣେ ଗିରଫ

ଜୟପୁର: ଜୟପୁର ସଦରଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ପିକ୍ଅପ ଭ୍ୟାନରେ ୨ଲକ୍ଷ ଟଙ୍କାର କାଠ ଚାଳାଣ ବେଳେ ଧରିବା ସହ ସହ ଜଣେ ଅଭିଯୁକ୍ତ ଆନନ୍ଦ ବିଶ୍ବାଳ(୪୮)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ମିଳିଥିବା ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୧ଟା ବେଳେ ପାମ୍ପୁଣୀରୁ ଜୟପୁର ପଟକୁ ଗୋଟିଏ ପିକ୍ଅପ୍ ଭ୍ୟାନ ଆସୁଥିଲା। ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ଅଭିଯୁକ୍ତ ଆନନ୍ଦ ଗାଡ଼ି ରାସ୍ତା ପାର୍ଶ୍ବରେ ଛାଡି ନିକଟବର୍ତ୍ତୀ ଜଙ୍ଗଲ ଆଡକୁ ଧାଇଁଥିଲେ। ପୁଲିସ ସବଇନିସପେକ୍ଟର ଆର.କେ ବାରିକ ସଦଳବଳ ସହ ଜଙ୍ଗଲ ମଧ୍ୟରେ ଚଢ଼ାଉ କରି  ଅଭିଯୁକ୍ତ ଆନନ୍ଦଙ୍କୁ ଧରିଥିଲେ। ଏହା ପରେ ଭ୍ୟାନ୍ ନିକଟକୁ ଆଣି ଯାଂଚ କରିବାରେ ଏଥିରେ ୭୦ଖଣ୍ଡ ଶାଳ ବିଭିନ୍ନ ସାଇଜର କାଠ ରହିଥିବା ଦେଖିବାକୁ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ଦେଖିଥିବା କହିଛନ୍ତି ସଦରଥାନା ଅଧିକାରୀ। ଅଭିଯୁକ୍ତ ଆନନ୍ଦ କାଠ ସଂପର୍କୀତ କିଛି କାଗଜପତ୍ର ଦେଖାଇ ପାରି ନଥିବାରୁ , କାଠ ସହ ଭ୍ୟାନକୁ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୯ ସହ ଓଡ଼ିଶା କାଠ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରିବହନ ନିୟମ, ୧୯୮୦ର ଧାରା୨୧ରେ ମାମଲା ରୁଜୁ କରିଥି‌ବା କହିଛନ୍ତି ସଦରଥାନା ଅଧିକାରୀ। ଏହି ମାମଲାରେ ଅନ୍ୟ କେଉଁ ମାନେ ସଂପୃକ୍ତ ରହିଛନ୍ତି ସେ ନେଇ ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର