ଦେଓଗାଁ: ଖୁସିରେ ପୁରା ପରିବାର ଯାଇଥିଲେ ବାହାଘରକୁ। ହେଲେ ଭୋଜି ଖାଇ ଫେରିଲା ବେଳକୁ ରାତି ପ୍ରାୟ ୮.୩୦ ସମୟରେ ବାଟରେ ଏକ ପିକ୍-ଅପ୍ ଧକ୍କାଦେବାରୁ ଘଟଣାସ୍ଥଳରେ ସ୍ତ୍ରୀ ମୃତ ହୋଇଥିବା ବେଳେ ସ୍ୱାମୀ ଓ ପିଲାଛୁଆ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକର ବନ୍ଧପଡ଼ା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଲକ୍ଷଣପୁର ଗାଁର କୀର୍ତ୍ତନ ସାଣ୍ଢ ନିଜ ସ୍ତ୍ରୀ ସରିତା ଓ ପୁଅ-ଝିଅକୁ ନେଇ ଦେଷଣ୍ଡ ପଞ୍ଚାୟତର ଭାଲୁକୁନ୍ଦ ଗାଁରେ ହେଉଥିବା ଏକ ବାହାଘରକୁ ଯାଇଥିଲେ। କିନ୍ତୁ ଭୋଜି ଖାଇ ଫେରିବା ବେଳେ ଭାଲୁକୁନ୍ଦ ଗାଁରୁ ବନ୍ଧପଡ଼ା ପଟକୁ ଆସିଥିବା ରାସ୍ତାର ପାଣିଟାଙ୍କି ନିକଟରେ ଓଡ଼ି ୦୩ କ୍ୟୁ ୯୮୧୧ ପିକ୍ଅପ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ତ୍ରୀ ସରିତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/02/036ca629-18c7-4c44-8831-c6b8c9723827-1024x590.jpg)
ଦୁର୍ଘଟଣା ଯୋଗୁଁ ଗୁରୁତର ଥିବା କାର୍ତ୍ତିକ ଓ ପିଲାଛୁଆଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ୍ଧପଡ଼ା ପୁଲିସ ଫାଣ୍ଡି ଅଧିକାରୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ଧକ୍କା ଦେଇ ଫେରାର ହୋଇଥିବା ଗାଡିକୁ ଟିକ୍ରାପଡ଼ା ପୁଲିସ ଥାନାରେ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏନେଇ ବନ୍ଧପଡ଼ା ଫାଣ୍ଡିଅଧିକାରୀ କମଳଲୋଚନ ମାଝୀଙ୍କୁ ପଚାରିବାରୁ ସମସ୍ତ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/road-accident.jpg)