ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ

ବିନିକା: ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ | ଆଉ ଏଥିରେ ପିକଅପ ଭ୍ୟାନର ଡ୍ରାଇଭର, ହେଲପର ସମେତ ଟ୍ରକ ହେଲପର ଗୁରୁତର ଆହତ ହୋଇଥିଲେ Iଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା – ଡୁଙ୍ଗୁରିପାଲି ମୁଖ୍ୟରାସ୍ତା ସିଂଘିଯୁବାରେ ପିକଅପ ଭ୍ୟାନ ଗାଡ଼ି ନମ୍ବର (ଓଡି ୧୭ କ୍ୟୁ ୬୩୩୯)କୁ ବିନିକା ପଟରୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ ନମ୍ବର ଓଡି୦୫ ଏସି-୯୯୨୨ ଧକ୍କା ଦେଇଥିଲା |

ଫଳରେ ଫୁଲକୋବି ବୋଝେଇ ହୋଇଥିବା ପିକଅପ ଭ୍ୟାନ ଓଲଟି ପଡିଥିଲା । ଅନ୍ୟ ପଟରେ ଟ୍ରକଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ଅପର ପାର୍ଶ୍ଵରେ ରହିଥିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା I ରାସ୍ତା ବନ୍ଦ ହୋଇଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି |

ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ଉପରେ ଦୀର୍ଘ ତିନିଘଣ୍ଟା ହେଲା ଶତାଧିକ ଯାନବାହାନ ଅଟକି ରହିଛି I ଘଟଣାସ୍ଥଳରେ ବିନିକା ପୁଲିସ ପହଂଚି ରାସ୍ତାରୁ ପିକଅପ ଗାଡି ହଟାଇବା ଟ୍ରକର ହେଲପରକୁ ପୁଲିସ ଅଟକ ରଖିଛି | ତେବେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି |

ସମ୍ବନ୍ଧିତ ଖବର