କେନ୍ଦୁଝର: ପିକ୍‌ ଅପ ଭ୍ୟାନ ଧକ୍କାରେ ଯୁବକ ମୃତ, ରାସ୍ତାରୋକ

ହରିଚନ୍ଦନପୁର( କେନ୍ଦୁଝର) :ଆଜି ସକାଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର-ବ୍ରାହ୍ମଣୀପାଳ ରାସ୍ତାର ମଙ୍ଗଳପୁର ଗାଁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ମଙ୍ଗଳପୁର ଗାଁର ଜଗନ୍ନାଥ ନାୟକ(୩୫ ବର୍ଷ)। ଶ୍ରୀ ନାୟକ ରାସ୍ତାକଡ଼ରେ ବସିଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍‌ କରିବାକୁ ଯାଇ ତାଙ୍କ ଉପରେ ଚଢ଼ିଯାଇଥିିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧିତ ଖବର