ଉତ୍କେଲା: ଭବାନୀପାଟଣା ସଦର ଥାନା ତେନ୍ତୁଲିପଡ଼ା ଛକ ନିକଟରେ ଆଜି ଏକ ଟ୍ରକ୍ ଓ ପିକ୍ଅପ୍ ମଧ୍ୟରେ ଧକ୍କା ହେବାରୁ ପିକ୍ଅପ୍ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଟ୍ରକ୍ (ଓଆର୍୦୮ଡି-୪୮୪୯) ଓ ପିକ୍ଅପ୍ (ଓଡି୦୮ପି-୦୯୧୦) ଭବାନୀପାଟଣା ଆଡକୁ ଆଗପଛ ହୋଇଯାଉଥିବା ବେଳେ ତେନ୍ତୁଲିପଡ଼ା ଛକ ନିକଟରେ ପିକ୍ଅପ୍ଟି ଟ୍ରକ୍ର ପଛପଟେ ଧକ୍କା ହୋଇଥିଲା।
ଧକ୍କାରେ ପିକ୍ଅପ୍ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ବହୁ ସମୟ ଧରି ଗାଡ଼ି ଭିତରେ ଫସି ରହିଥିଲେ। ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ପିକ୍ଅପ୍ର ସମ୍ମୁଖ ଭାଗ କଟରରେ କାଟିବା ସହ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)