ଟ୍ରକ୍‌ରେ ପିଟି ହେଲା ପିକ୍‌ଅପ୍‌, ଡ୍ରାଇଭର ଗୁରୁତର

ଉତ୍କେଲା: ଭବାନୀପାଟଣା ସଦର ଥାନା ତେନ୍ତୁଲିପଡ଼ା ଛକ ନିକଟରେ ଆଜି ଏକ ଟ୍ରକ୍‌ ଓ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହେବାରୁ ପିକ୍‌ଅପ୍‌ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଟ୍ରକ୍‌ (ଓଆର୍‌୦୮ଡି-୪୮୪୯) ଓ ପିକ୍‌ଅପ୍‌ (ଓଡି୦୮ପି-୦୯୧୦) ଭବାନୀପାଟଣା ଆଡକୁ ଆଗପଛ ହୋଇଯାଉଥିବା ବେଳେ ତେନ୍ତୁଲିପଡ଼ା ଛକ ନିକଟରେ ପିକ୍‌ଅପ୍‌ଟି ଟ୍ରକ୍‌ର ପଛପଟେ ଧକ୍କା ହୋଇଥିଲା।

ଧକ୍କାରେ ପିକ୍‌ଅପ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ବହୁ ସମୟ ଧରି ଗାଡ଼ି ଭିତରେ ଫସି ରହିଥିଲେ। ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ପିକ୍‌ଅପ୍‌ର ସମ୍ମୁଖ ଭାଗ କଟରରେ କାଟିବା ସହ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର