ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍ଅପ୍ ଭ୍ୟାନ୍, ୭ଯାତ୍ରୀ ଆହତ, ୪ ଗୁରୁତର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଶଙ୍ଖନାଲି ନିକଟରେ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ ଭ୍ୟାନ ଓଲଟିପଡିଥିଲା। ଫଳରେ ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନରେ ୧୧ ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ପିକ୍ଅପ୍ ଭ୍ୟାନ୍ଟି ଦ୍ରୁତଗତିରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇଥିଲା ଓ ଓଲଟି ପଡିଥିଲା। ଫଳରେ ୭ଜଣ ଯାତ୍ରୀ ଏଥିରେ ଆହତ ଓ ୪ ଜଣ ଗୁୁରୁତର ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ସହାୟତା ପାଇଁ ଚାଲି ଆସିଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇ ଥିଲା। ତେବେ ୪ ଜଣଙ୍କ ଅବସ୍ଥା ଅତି ଶୋଚନୀୟ ଥିବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଯାଇଛି।